ମୁଖ୍ୟ ଖବର

ଓଡ଼ିଶାରେ ପ୍ରଥମ ଥର ବାଇଟ୍ସକାର୍ଡର ଶୁଭାରମ୍ଭ

By Angul TV Bureau

April 10, 2024

ଅନୁଗୁଳ: ଓଡ଼ିଶାରେ ପ୍ରଥମ ଥର ପାଇଁ ଆଗାମୀ ପିଢ଼ିର ‘ଇ’ କାର୍ଡର ପ୍ରଚଳନ ଆରମ୍ଭ କରାଯାଇଛି। ବାଇଟ୍ସକାର୍ଡ ଡ଼ଟ୍‌କମ୍ ପକ୍ଷରୁ ଏହି ନୂଆ ପ୍ରକାରର ‘ଇ’ କାର୍ଡର ଶୁଭାରମ୍ଭ କରାଯାଇଛି। ଏନ୍‌ଏଫ୍‌ସି ଟେକ୍ନୋଲୋଜି ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଏହି କାର୍ଡ ପାଖରେ ଥିଲେ ଆଉ ପର୍ସରେ ପଚାଶ ପ୍ରକାରର ପେପର କାର୍ଡ ଧରିବା ଆବଶ୍ୟକ ନାହିଁ।

ଏହି ନୂଆ କାର୍ଡ ବ୍ୟବସ୍ଥାରେ ଗ୍ରାହକଙ୍କ ସମସ୍ତ କାର୍ଡ,ପରିଚୟ ପତ୍ର କମ୍ପ୍ୟୁଟର ବା ଆଣ୍ଡ୍ରଏଡ୍‌ ମୋବାଇଲକୁ ପ୍ରେରଣ କରାଯାଇ ପାରିବ।ବିଶେଷକରି ଡାକ୍ତର,ଓକିଲ,ରିଅଲ ଇଷ୍ଟେଟ,ଚାଟାର୍ଡ ଫାର୍ମ ବା ଅନ୍ୟ ବିଜନେସ ସହିତ ଜଡ଼ିତ ଥିବା ବ୍ୟକ୍ତି ମାନେ ଥରେ ମାତ୍ର ଏହି ବାଇଟସକାର୍ଡ ପାଇଁ ଅର୍ଥ ବିନିଯୋଗ କରି ଏହି ‘ଇ’ ଭିଜିଟିଂଗ କାର୍ଡ ପାଇ ପାରିବେ।

ଏହି କାର୍ଡ ତିନି ପ୍ରକାରର କରାଯାଉଛି। ମେଟାଲ, ପିଭିସି ଓ ମିରର ଗୋଲ୍ଡ ଏଭଳି ତିନି ରୂପରେ କାର୍ଡ ଉପଲବ୍ଧ ହେବ। ଗୋଟିଏ ଏହି କାର୍ଡ ସହ ଗ୍ରାହକ ଡିଜିଟାଲ କାର୍ଡ ବା ମିନି ୱେବସାଇଟ ମାଗଣାରେ ପାଇପାରିବେ।ବର୍ତ୍ତମାନ ସୀମିତ ସମୟ ପାଇଁ ଏହି କାର୍ଡ ବୁକ୍‌ କଲେ ୨୦ ପ୍ରତିଶତର ରିହାତି ଅଛି। ସର୍ବନିମ୍ନ ୯୯୯ ଟଙ୍କାରେ ଜଣେ ଏହି ଡିଜିଟାଲ କାର୍ଡ ପାଇପାରିବ। ସବିଶେଷ ବିବରଣୀ ପାଇଁ ବାଇଟ୍ସକାର୍ଡ ଡ଼ଟ୍‌କମ୍‌ ପରିଦର୍ଶନ କରନ୍ତୁ।