ମୁଖ୍ୟ ଖବର

ଜିଏମଡିସି ଓ ଡକ୍ଟର ରେଡି ଫାଉଣ୍ଡେସନ ପକ୍ଷରୁ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ

By Biswaranjan Pattnaik

August 02, 2024

ଅନୁଗୁଳ : ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ (ଜିଏମଡିସି) ଓ ଡକ୍ଟର ରେଡି ଫାଉଣ୍ଡେସନ ପକ୍ଷରୁ ଗୁରୁବାର ଭୁବନେଶ୍ୱର ପାତ୍ରପଡ଼ା ଠାରେ ଏକ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଜିଏମଡିସି ପକ୍ଷରୁ ବୈତରଣୀ ୱେଷ୍ଟ ଛେଣ୍ଡିପଦାର ପ୍ରକଳ୍ପ ମୁଖ୍ୟ ବ୍ରିଗେଡିୟର ମନୁ ମେହେରୋତ୍ରା ଏହି କେନ୍ଦ୍ରକୁ ଉଦଘାଟନ କରିଥିଲେ। ଏ ଅବସରରେ ସମ୍ମାନିତ ଅତିଥି ରୂପେ ଭୁବନେଶ୍ବର ଆର୍ ସି ଓ ମହାପ୍ରବନ୍ଧକ କର୍ଣ୍ଣେଲ ସୁଶିଲ ମିନ୍ହାସ୍ ଯୋଗ ଦେଇଥିବା ବେଳେ ଡକ୍ଟର ରେଡି ଫାଉଣ୍ଡେସନ ପକ୍ଷରୁ ଗଗନଦୀପ ସିଂହ ପ୍ରମୁଖ ଯୋଗ ଦେଇ ଦକ୍ଷତା କେନ୍ଦ୍ରର ଉପଯୋଗିତା ଉପରେ ଆଲୋକପାତ କରିଥିଲେ।

ସୂଚନାଯୋଗ୍ୟ, ବିଶ୍ବସ୍ତରୀୟ ଏହି ଦକ୍ଷତା କେନ୍ଦ୍ରରେ ପ୍ରକଳ୍ପ ପ୍ରଭାବିତ ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଯୁବକ ଯୁବତୀଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ (ଜେନେରାଲ ଡ୍ଯୁଟି ଆସିଷ୍ଟାଣ୍ଟ) ତାଲିମ ସହିତ ବିଭିନ୍ନ ହସ୍ପିଟାଲରେ ନିଯୁକ୍ତି ସୁବିଧା ଯୋଗାଇ ଦିଆଯିବ। ତାଲିମ ସମୟ ମଧ୍ୟରେ ପ୍ରଶିକ୍ଷାର୍ଥୀଙ୍କୁ ମାଗଣାରେ ହଷ୍ଟେଲ ସୁବିଧା ଓ ଖାଇବା ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ। ଜେନେରାଲ ଡ୍ୟୁଟି ଆସିଷ୍ଟାଣ୍ଟ ପଦବୀରେ ତାଲିମ ନେବା ପାଇଁ ସର୍ବନିମ୍ନ ଯୋଗ୍ୟତା ମ୍ୟାଟ୍ରିକ/ଯୁକ୍ତ ଦୁଇ ହୋଇଥିବା ଆବଶ୍ୟକ। ମହିଳା ପ୍ରାର୍ଥୀଙ୍କୁ ଏହି ତାଲିମରେ ଅଗ୍ରାଧିକାର ଦିଆଯିବ ବୋଲି ଜଣାଯାଇଛି।