ଅନୁଗୋଳ: ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ତିନୋଟି ସ୍ଥାନରେ ଅଭିଯୋଗ ଓ ଅଭିମତ ବାକ୍ସର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜ ପକ୍ଷରୁ ଯୋଗାଇ ଦିଆଯାଉଥିବା ସ୍ବାସ୍ଥ୍ୟ ସେବା ନେଇ କୌଣସି ଅଭିଯୋଗ କିମ୍ବା ଗଠନ ମୂଳକ ଅଭିମତ ଥିଲେ ରୋଗୀଙ୍କ ସଂପର୍କୀୟ ମାନେ ଅବା ଜନସାଧାରଣ ଏହି ବାକ୍ସର ଉପଯୋଗ କରିପାରିବେ। ପ୍ରତ୍ୟେକ ମଙ୍ଗଳବାର ଏହା ଖୋଲା ଯାଇ ଗୁରୁତ୍ବ ବହନ କରୁଥିବା ସମସ୍ୟା ବା ତ୍ରୁଟିର ସମାଧାନ କରାଯିବ।
ହସ୍ପିଟାଲ ସୁପରିନଟେଣ୍ଡେଣ୍ଟ ଦିଲୀପ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ କମିଟି ଏହି ଅଭିମତ ଗୁଡ଼ିକର ସମୀକ୍ଷା କରିବେ ବୋଲି ଜଣାପଡିଛି। ଅତୀତରେ ମଧ୍ୟ ଅଭିଯୋଗ ବାକ୍ସର ସୁବିଧା ଥିଲେ ମଧ୍ୟ ପୂର୍ବତନ ଅଧିକାରୀ ମାନଙ୍କ ମନମାନୀ ଯୋଗୁଁ ଏହା କିଛି ଦିନ କାର୍ଯ୍ୟ କରିବା ପରେ ବନ୍ଦ ହୋଇ ଯାଇଥିଲା। ଏହି ଅଭିଯୋଗ ବାକ୍ସ ଆଜି ଟ୍ରମା କେୟାର, ଆଇପିଡି କୋଠା ଏବଂ ଏମସିଏଚ୍ କୋଠା ସମ୍ମୁଖରେ ଲାଗିଥିବା ଜଣା ପଡ଼ିଛି।