ମୁଖ୍ୟ ଖବର

ନାଲକୋ ପକ୍ଷରୁ ୩ଟି ନୂଆ ଏମଏଚୟୁ ଗାଡ଼ି ସେବା ଆରମ୍ଭ, ୪୪ ଗାଁରେ ରୋଗୀଙ୍କର କରିବ ସ୍ୱାସ୍ଥ୍ୟ ପରୀକ୍ଷା ଓ ଦେବ ଔଷଧ

By Angul TV Bureau

February 08, 2023

ଅନୁଗୁଳ : ନାଲକୋ ପକ୍ଷରୁ ପାରିପାର୍ଶ୍ବିକ ୪୪ ଗାଁର ୬୬ଟି ସ୍ଥାନ ପାଇଁ ତିନିଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟର ଶୁଭାରମ୍ଭ କରାଯାଇଛି। ମୁଖ୍ୟ ଅତିଥି ଭାବେ ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଭୀମସେନ ପ୍ରଧାନ, ମାନବ ସମ୍ବଳ ପ୍ରବନ୍ଧକ ଏସ.ଏ ବାସୁ, ମାନବ ସମ୍ବଳ ଉପ ମହାପ୍ରବନ୍ଧକ ରାଜରାମ ମିଶ୍ର, ହେଲ୍ପଏଜ ଇଣ୍ଡିଆର ରାଜ୍ୟ ମୁଖ୍ୟ ବି ଚକ୍ର ପ୍ରମୁଖ ଉପସ୍ଥିତ ରହି ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଗାଡ଼ିଗୁଡିକ ବଅଁରପାଳ, ତାଳଚେର, ଅନୁଗୁଳ ଓ ଛେଣ୍ଡିପଦା ଆଦି ଚାରି ବ୍ଲକର ୪୪ ଗାଁକୁ ଯାଇ ସ୍ୱାସ୍ଥ୍ୟ ସୁବିଧା ସହିତ ନିଃଶୁଳ୍କ ମେଡ଼ିକାଲ ସୁବିଧା ଯୋଗାଇବ। ପ୍ରତି ୟୁନିଟରେ ଜଣେ ଡାକ୍ତର, ଜଣେ ଫର୍ମାସିଷ୍ଟ, ଜଣେ ସାମାଜିକ ସୁରକ୍ଷା ଅଧିକାରୀ, ଜଣେ ଗ୍ରାମ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବୀ ଏବଂ ପଞ୍ଜିକରଣ ସହାୟକ ରହିବେ। ଏମାନେ ପ୍ରତି ସପ୍ତାହରେ ଥରେ ଲେଖାଏଁ ପ୍ରତି ଗାଁକୁ ଯାଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ଯୋଗାଇ ଦେବେ।