ଅନୁଗୁଳ,: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଠାରୁ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ର ପରିଗଣନା ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହା ଆସନ୍ତା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଦ୍ୱାରା ଏକ ଭୋଟର ସଚେତନତା ରଥକୁ ଶୁଭ ଉଦଘାଟନ କରାଯାଇଛି।
ଏହି ପର୍ଯ୍ୟାୟରେ ବୁଥ୍ ସ୍ତରୀୟ ଅଧିକାରୀମାନେ ନିଜ ନିଜ ବୁଥ୍ ଅଞ୍ଚଳରେ ଘରକୁ ଘର ବୁଲି ପରିଗଣନା ଫର୍ମ ବଣ୍ଟନ କରିବେ। ମତଦାତାମାନଙ୍କୁ ଫର୍ମ ସଠିକ୍ ଭାବେ ପୂରଣ କରିବାରେ ସହାୟତା କରିବା ସହ ଆବଶ୍ୟକ ଦସ୍ତାବିଜ ସହ ପୂରଣକୃତ ଫର୍ମ ସଂଗ୍ରହ କରିବେ। ଏହି ସ୍ୱତନ୍ତ୍ର ସଘନ ସଂଶୋଧନର ମୂଳ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା, ଅଯୋଗ୍ୟ କିମ୍ବା ମୃତ ମତଦାତାଙ୍କ ନାମ ତାଲିକାରୁ ବାଦ୍ ଦେବା, ମତଦାତା ତାଲିକାକୁ ନିର୍ଭୁଲ ଓ ଅଦ୍ୟତନ କରିବା।
ମତଦାତାମାନଙ୍କ ସୁବିଧା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ, ସମସ୍ତ ଇଆଧଓ ଓ ଏଇଆରଓଙ୍କ କାର୍ଯ୍ୟାଳୟରେ ସହାୟତା କେନ୍ଦ୍ର ଖୋଲାଯାଇଛି। ଏହାବ୍ୟତୀତ ଟୋଲ୍-ଫ୍ରି ନମ୍ବର ୧୯୫୦ ମାଧ୍ୟମରେ ମଧ୍ୟ ମତଦାତାମାନେ ଆବଶ୍ୟକ ସୂଚନା ଓ ସହାୟତା ପାଇପାରିବେ। ଜିଲ୍ଲା ନିର୍ବାଚନ ଶାଖା ପକ୍ଷରୁ ସମସ୍ତ ମତଦାତାଙ୍କୁ ବିଏଲଓମାନଙ୍କୁ ସହଯୋଗ କରି ସଠିକ୍ ତଥ୍ୟ ପ୍ରଦାନ କରିବା ଏବଂ ଏସ୍ ଆଇ ଆର୍-୨୦୨୬ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁରୋଧ କରାଯାଇଛି।