ମୁଖ୍ୟ ଖବର

ଅନୁଗୁଳରେ ଆଇନ ସଚେତନତା ଶିବିର: କର୍ମକ୍ଷେତ୍ରରେ ମହିଳା ଯୌନ ଉତ୍ପୀଡନ ଅଧିନିୟମ ସମ୍ପର୍କରେ ଆଲୋଚନା

By Angul TV Bureau

October 13, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ଜିଲ୍ଲା ଅଦାଲତ ପରିସରରେ କର୍ମକ୍ଷେତ୍ରରେ ମହିଳା ଯୌନ ଉତ୍ପୀଡନ (ପ୍ରତିରୋଧ, ନିଷେଧ ଏକ ପ୍ରତିକାର ) ଅଧିନିୟମ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅଦାଲତର ବିଚାରପତି, ସରକାରୀ ଓକିଲ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ସଦସ୍ୟ ପରମାନନ୍ଦ ମିଶ୍ର, ଦିଲ୍ଲୀପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଅତିଥି ମାନେ କର୍ମକ୍ଷେତ୍ରରେ ମହିଳା ଯୌନ ଉତ୍ପୀଡନ ପାଇଁ ଥିବା ଆଇନ୍ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍ଥା ଉପବିଭାଗ, ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ, ଜିଲ୍ଲା ସମାଳ ମଙ୍ଗଳ ଉପବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଅନୁସୂଚିତ ଜନଜାତି ଏବଂ ଜାତି ଉନ୍ନୟନ ଉପବିଭାଗ, ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ, ତହସିଲ୍ କାର୍ଯ୍ୟାଳୟ, ସ୍ବତନ୍ତ୍ର ଅର୍ଜନ କାର୍ଯ୍ୟାଳୟ ନାଲକୋ, ଏମ.ସି.ଏଲ୍,ଏନ୍.ଟି.ପି.ସିର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।