ମୁଖ୍ୟ ଖବର

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

By Angul TV Bureau

April 19, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବଲାସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟରେ ଫ୍ୟାମିଲି ଜଜ୍ ସଦାଶିବ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଇନ ସଚେତନତା ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ଜନସାଧାରଣଙ୍କୁ ଆଇନ ସମ୍ବନ୍ଧୀୟ ସମସ୍ତ ବ୍ୟବସ୍ଥା ଯଥା: ଏତଲା, ଜାମିନ, ସମନ, ୱାରେଣ୍ଟ, ଅପିଲ ଓ ପ୍ଲା ବାରଗେନିଙ୍ଗ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରାଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଏହି ଶିବିରରେ ଫ୍ୟାମିଲି ଜଜ ସଦାଶିବ ଜେନା, ପ୍ରଥମଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଐଶ୍ବରୀୟା କର, ଶୁଭଲକ୍ଷ୍ମୀ ପଟ୍ଟନାୟକ, ସିଲଭାଷା ବଡ଼ଜେନା ଏବଂ ବଳାସିଙ୍ଗାର ସରପଞ୍ଚ ମମତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଏସ୍ ଶୁଭଲକ୍ଷ୍ମୀ ପରିଚାଳନା କରିଥିଲେ।