ଅନ୍ୟାନ୍ୟ

ଗଜଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି: ପୁଣି ସଭାପତି ହେଲେ ଭରତ କୁମାର ସାହୁ

By Angul TV Bureau

June 28, 2024

ଅନୁଗୁଳ: ସ୍ଥାନୀୟ ଲକ୍ଷ୍ମୀବଜାର ଗଜଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସଭାପତି ଭରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମିତିର ପ୍ରଥମ ବୈଠକରେ କର୍ମକର୍ତ୍ତା ଚୟନ କରାଯିବା ସହ ଆସନ୍ତା ପୂଜାକୁ ଭଲ ଭାବେ କରିବା ପାଇଁ ଆଲୋଚନା କରାଯାଇଥିଲା।

ସଭାପତି ଭାବେ ଭରତ କୁମାର ସାହୁଙ୍କୁ ପୁଣି ଥରେ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ସୌମ୍ୟରଂଜନ ସାହୁ, ଶୁଭାଶିଷ କର, ସଂପାଦକ ଭାବେ ଜ୍ୟୋତି ରଂଜନ ସାହୁ, ଯୁଗ୍ମ ସଂପାଦକ ଭାବେ ଆଦର୍ଶ କୁମାର ସାହୁ, ଆକାଶ ମହାରଣା ଓ କୋଷାଧ୍ୟକ୍ଷ ଭାବେ ବିକାଶ କୁମାର ଅଗ୍ରୱାଲଙ୍କୁ କରାଯାଇଛି। ଏଥର ଲକ୍ଷ୍ମୀପୂଜାକୁ ଚୟନ ଆକର୍ଷଣୀୟ କରାଯିବା ସହ ପୂଜାରେ ସହରବାସୀଙ୍କୁ ନୂଆ ଅନୁଭୂତି ପ୍ରଦାନ କରିବାକୁ କିଛି ନୂଆ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।