ମୁଖ୍ୟ ଖବର

ପାର୍କିଂରେ ଠିଆ ହୋଇଥିବା ଗାଡ଼ିକୁ ଧକ୍କା ଦେଲା ଲକ୍ଷ୍ମୀ ବସ୍, ମଦୁଆ ଡ୍ରାଇଭରକୁ ଧରିଲା ପୋଲିସ

By Angul TV Bureau

August 04, 2024

ଅନୁଗୁଳ: ପାର୍କିଂରେ ଠିଆ ହୋଇଥିବା ଗାଡ଼ିକୁ ଧକ୍କା ଦେଲା ଲକ୍ଷ୍ମୀ ବସ୍। ରବିବାର ପୂର୍ବାହ୍ନରେ ଅନୁଗୁଳ ଷ୍ଟେଟ ବ୍ୟାଙ୍କ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। ମଦ ପିଇ ଗାଡ଼ି ଚଳାଉଥିବା ଲକ୍ଷ୍ମୀ ବସ୍ ଡ୍ରାଇଭରକୁ ସ୍ଥାନୀୟ ଲୋକେ କାବୁ କରି ପୋଲିସ ଜିମା ଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଥାନା ଛକରୁ ହରିମହୁରୀ ଛକ ଆଡ଼କୁ ଯାଉଥିବା ଏକ ଲକ୍ଷ୍ମୀ ବସ ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ଦୁଇଟି କାରକୁ ଧକ୍କା ଦେଇଥିଲା। ସ୍ୱିପ୍ଟ ଡିଜାୟାର କାର (ଓଡ଼ି୩୩ଜେ ୩୧୦୧ନମ୍ବର) ର ପଛଅଂଶ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଏକ ବାଲେନୋ ଗାଡ଼ି ମଧ୍ୟ ଦୁର୍ଘଟଣାର ଶିକାର ହୋଇଛି। କେତେକ ବାଇକ ଚାଳକଙ୍କୁ କଟ ମାରି ଉକ୍ତ ବସ୍ ଯାଉଥିବା ବେଳେ ପୁରୁଣା ସୂଚନାକେନ୍ଦ୍ର ନିକଟରେ ସ୍ଥାନୀୟ ଲୋକ ଓ ପୋଲିସ ଉକ୍ତ ଚାଳକଙ୍କୁ କାବୁ କରିଥିଲେ।

ପୂର୍ବରୁ ମଧ୍ୟ ସମାନ ଭାବେ ଜଣେ ଲକ୍ଷ୍ମୀବସ ଚାଳକ ମଦ୍ୟପାନ କରି ଗାଡି ଚଳାଉଥିବା ଘଟଣା ସାମ୍ନାକୁ ଆସିଥିଲା। ଏଣୁ ସ୍ଥାନୀୟ ଲୋକେ ଚାଳକଙ୍କ ପ୍ରତି ଦୃଢ଼ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି।