ମୁଖ୍ୟ ଖବର

ଲକ୍ଷ୍ମୀ ହୋଣ୍ଡା ଠାରେ ହୋଣ୍ଡା ଆକ୍ଟିଭା ୧୨୫ OBD-II (B) ର ବଜାର ପ୍ରବେଶ, ମାତ୍ର ଲକ୍ଷେ ଟଙ୍କାରେ କିଣିପାରିବେ ଗ୍ରାହକ

By Angul TV Bureau

January 27, 2025

ଅନୁଗୁଳ: ଅନୁଗୁଳ ହୋଣ୍ଡା ମଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ହୋଣ୍ଡାର ବହୁ ପ୍ରତୀକ୍ଷିତ ସ୍କୁଟର ଆକ୍ଟିଭା ୧୨୫ OBD-II(B) ର ବଜାର ପ୍ରବେଶ ହୋଇଛି।

ମୁଖ୍ୟ ଅତିଥି ଭାବେ ହୋଣ୍ଡା କମ୍ପାନୀର ଏରିଆ ଇନଚାର୍ଜ ଅଭିଷେକ ହୋତା ଏବଂ ସମ୍ମାନିତ ଅତିଥି ଭାବେ ବିକ୍ରମ ଅଗ୍ରୱାଲା ସ୍କୁଟରର ବଜାର ପ୍ରବେଶ କରିଥିଲେ। ହୋଣ୍ଡା ଆକ୍ଟିଭା ୧୨୫ ଅତି ଆକର୍ଷଣୀୟ ଷ୍ଟାଇଲରେ ଉପଲବ୍ଧ ହେବା ସହ ଉନ୍ନତ ମାଇଲେଜ ମଧ୍ୟ ଦେଉଛି। ଆକ୍ଟିଭା ୧୨୫ ସାଧାରଣତଃ ୬ଟି ରଙ୍ଗ ରିବେଲ ରେଡ୍ ମେଟାଲିକ, ମ୍ୟାଟ ଆକ୍ସିସ ଗ୍ରେ ମେଟାଲିକ, ପର୍ଲ ବ୍ଲୁ, ପର୍ଲ ପ୍ରିସିୟସ ହ୍ୱାଇଟ, ପର୍ଲ ଇଗନେଅସ ବ୍ଲାକ, ପର୍ଲ ଡିପ୍ ଗ୍ରାଉଣ୍ଡ ଗ୍ରେ ରେ ଉପଲବ୍ଧ।

ଆକ୍ଟିଭା ୧୨୫ OBD-II(B)ରେ ସାଇଡ ଷ୍ଟାଣ୍ଡ ଇଞ୍ଜିନ କଟ୍ ଅଫ, ମେଣ୍ଟେନାନ୍ସ ଫ୍ରି ବ୍ୟାଟେରୀ, କ୍ରୋମ ମଫଲର କଭର, ଫୁଲି ଡିଜିଟାଲ ଟିଏଫଟି ମିଟର, ଷ୍ଟ୍ରାଇକିଂ ଟେଲ ଲ୍ୟାମ୍ପ, ରିଅଲ ଟାଇମ ମାଇଲେଜ, ଡିଷ୍ଟାନ୍ସ ଟୁ ଏମପଟି, ଆଭରେଜ ମାଇଲେଜ ଇଣ୍ଡିକେଟର, ମୋବାଇଲ ଚାର୍ଜର, ବ୍ଲୁ ଟୁଥ କଣେକ୍ଟିଭିଟି, ଇଂଜିନ ଷ୍ଟପ୍ ସୁଇଚ ପରି ଅତ୍ୟାଧୁନିକ ଗୁଣବତ୍ତାରେ ଭରପୂର ଫିଚର ମିଳିବ। ଏହାର ଏକ୍ସ-ଶୋ ରୁମ୍ ମୂଲ୍ୟ ମାତ୍ର ୧,୦୦,୦୬୯ ଟଙ୍କାରୁ ଆରମ୍ଭ ହୋଇଛି। ଏହି ସ୍କୁଟର ପାଇଁ ସ୍ଵତନ୍ତ୍ର ଏକ୍ସଚେଞ୍ଜ ଏବଂ ଫାଇନାନ୍ସର ସୁବିଧା କରାଯାଇଛି। ତେବେ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ପ୍ରଥମ ଲକ୍ଷ୍ୟ ବୋଲି ଲକ୍ଷ୍ମୀ ହୋଣ୍ଡାର ସ୍ଵତ୍ୱାଧିକାରୀ ବିକ୍ରମ ଅଗ୍ରୱାଲା କହିଛନ୍ତି।