ଅନ୍ୟାନ୍ୟ

ଲକ୍ଷ୍ମୀ ହୋଣ୍ଡାରେ ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳିତ, ନିୟମ ମାନି ଗାଡ଼ି ଚଳାଇବାକୁ ପରାମର୍ଶ

By Angul TV Bureau

April 06, 2023

ଅନୁଗୁଳ: ଅନୁଗୁଳସ୍ଥିତ ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାଠାରେ ବୁଧବାର ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହ (ଜିରୋ ଫଟାଲିଟି ସପ୍ତାହ) ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳର ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ସୁଜିତ କୁମାର ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଉପସ୍ଥିତ ସମସ୍ତ ଗ୍ରାହକମାନଙ୍କୁ ଗାଡ଼ି ଚଲାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନ କରିବା, ସର୍ବଦା ହେଲମେଟ ବ୍ୟବହାର କରିବା, ମାଦକ ଦ୍ରବ୍ୟ ସେବନ ନ କରିବା, ଆବଶ୍ୟକତା ଠାରୁ ଅଧିକ ଗତିରେ ଗାଡ଼ି ନ ଚଲାଇବା ଏବଂ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଗାଡ଼ି ଚଲାଇବାକୁ ନ ଦେବା ପାଇଁ ପରାମର୍ଶ ଦେଇଥିଲେ।

ଶେଷରେ ଲକ୍ଷ୍ମୀ ହୋଣ୍ଡାର ସତ୍ତ୍ଵାଧିକାରୀ ବିକ୍ରମ ଅଗ୍ରୱାଲ ଉପସ୍ଥିତ ସମସ୍ତ ଗ୍ରାହକଙ୍କୁ ଏହି ସବୁ ନିୟମ ଗୁଡିକ ପାଳନ କରିବା ସହ ହୋଣ୍ଡା କେବଳ ସେଲସ, ସର୍ଭିସ ଏବଂ ସ୍ପେୟାର ସଫା ସୁରକ୍ଷାକୁ ମଧ୍ୟ ବହୁ ମାତ୍ରାରେ ଗୁରୁତ୍ୱ ଦିଆଯାଏ ବୋଲି ଜଣାଇଥିଲେ।