ଅନ୍ୟାନ୍ୟ

ଗଜଲକ୍ଷ୍ମୀ ପୂଜା ମଣ୍ଡପ ଉନ୍ମୋଚିତ

By Angul TV Bureau

October 10, 2022

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତରେ ରବିବାର ଗଜଲକ୍ଷ୍ମୀ ପୂଜା ମଣ୍ଡପର ଉନ୍ମୋଚନ କରାଯାଇଛି। ଆଠମଲ୍ଲିକ ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ନଡ଼ିଆ ଭାଙ୍ଗି ପୂଜାମଣ୍ଡପକୁ ଉନ୍ମୋଚିତ କରିଥିଲେ।

ମୁଖ୍ୟ ଅତିଥିଭାବେ ଯୁବ ସମାଜସେବୀ ମହେନ୍ଦ୍ର ସାହୁ, ଯୁବ ସମାଜସେବୀ ବିନୟ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ଠାକୁରଗଡ଼ ଗଜଲକ୍ଷ୍ମୀ ପୂଜା ଚଳିତବର୍ଷ ୫୬ ବର୍ଷରେ ପଦାର୍ପଣ କରିଥିବା ଜଣାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପୂଜକ ଲୋକନାଥ ମିଶ୍ର, ଗଜଲକ୍ଷ୍ମୀ ପୂଜା କମିଟି ସମ୍ପାଦକ ସନ୍ତୋଷ କୁମାର ସାହୁ, ପୂର୍ବତନ ସରପଞ୍ଚ ମନୋରଞ୍ଜନ ରାଉତ, ପୂଜାକମିଟି ଉପଦେଷ୍ଟା ବିନୋଦ କୁମାର ମିଶ୍ର, ଶତ୍ରୁଘ୍ନ ସାହୁ, ସଭ୍ୟ ସୁରେଶ ସାହୁ, ଗଣେଶ୍ୱର ବାରିକ, ସନ୍ତୋଷ ବିଶ୍ୱାଳ, ବିଭୂପ୍ରସାଦ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଚଳିତବର୍ଷ ଗଜଲକ୍ଷ୍ମୀ ପୂଜାକୁ ଖୁବ ଜାକଜମକରେ ପାଳନ କରାଯିବ ବୋଲି କମିଟି ସମ୍ପାଦକ ଶ୍ରୀ ସାହୁ କହିଛନ୍ତି।