ଅନ୍ୟାନ୍ୟ

ଚଳିତବର୍ଷ ଧୁମଧାମରେ ହେବ ଲକ୍ଷ୍ମୀ ପୂଜା, ଆରମ୍ଭ ହେଲା ପ୍ରସ୍ତୁତି

By Angul TV Bureau

August 25, 2022

ଅନୁଗୁଳ: ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ପୂଜା କମିଟି ପକ୍ଷରୁ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ରାଣୀ ସତୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଥମେ ଦିବଂଗତ ସଦସ୍ଯଙ୍କ ଆତ୍ମାର ସତଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ବରିଷ୍ଠ ସଦସ୍ୟ ଶେଖ୍ ରଫିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ଧଳ ବିଗତ ବର୍ଷର ଆୟ ବ୍ୟୟର ହିସାବ ଉପସ୍ଥାପନ କରିଥିଲେ। ଚଳିତବର୍ଷ ଲକ୍ଷ୍ମୀ ପୂଜାକୁ ଜାକଜମକ ଏବଂ ଆଡମ୍ବର ସହ ପାଳନ କରିବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି।

ଏ ଅବସରରେ ନୂତନ ସଭାପତି ଭାବେ ସୁଧୀର ରଞ୍ଜନ ସାହୁ, ସାଧାରଣ ସମ୍ପାଦକ ଭାବେ ଚନ୍ଦ୍ରକାନ୍ତ ଧଳ, ଉପ ସଭାପତି ଭାବେ ଶେଖ୍ ରଫିକ୍ ଓ କମଳେଶ ବର୍ମା, କୋଷାଧ୍ୟକ୍ଷ ଭାବେ ବ୍ରଜବନ୍ଧୁ ଦେହୁରୀ ଓ ସହ ସମ୍ପାଦକ ଭାବେ କପିଳ ଫୋଗଲାଙ୍କୁ ମନୋନୀତ କରାଯାଇଛି। ଶେଷରେ ନିଝାର ଅଲ୍ଲୀ ଦାମାନୀ ଧନ୍ୟବାଦ ଅର୍ପଣ କରିଥିଲେ।