ଅନ୍ୟାନ୍ୟ

ଶଙ୍ଖପୁର ଓ ମହିଧରପୁର ପଞ୍ଚାୟତରେ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

By Angul TV Bureau

December 22, 2022

ଅନୁଗୁଳ: ସ୍ଥାନୀୟ ଅନୁଗୁଳ ବ୍ଲକ ଶଙ୍ଖପୁର ପଞ୍ଚାୟତ ଓ ବଅଁରପାଳ ବ୍ଳକ ମହିଧରପୁର ପଞ୍ଚାୟତରେ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ମୁଖ୍ୟ ଅତିଥିଭାବେ ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଏହି ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଅନୁଗୁଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ୪ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଧ୍ରୁବଚରଣ ଦେହୁରୀ, ଶଙ୍ଖପୁର ସରପଞ୍ଚ ଜ୍ୟୋତିର୍ମୟୀ ଦେହୁରୀ, କୁମୁରିସିଂହା ସରପଞ୍ଚ ଦୁର୍ଯ୍ୟୋଧନ ସାହୁ, ଅନୁଗୁଳ ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ଆରସିଏମ୍ଏସ୍ ସଭାପତି ନାରାୟଣ ତ୍ରିପାଠୀ, ଯୁବନେତା ଅରୁଣାଭ ସିଂହ, ସନ୍ତୋଷ କୁମାର ସାହୁ, ପୂର୍ବତନ ସରପଞ୍ଚ ବିନୋଦ କୁମାର ବେହେରା, ବିଜ୍ଞାନୀ ବେହେରା, ଅମରେଶ ସାହୁଙ୍କ ସମେତ ଅନ୍ୟ ନେତୃବୃନ୍ଦ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।