ମୁଖ୍ୟ ଖବର

ଫାଷ୍ଟ୍ ମାଇଲ୍ କନେକ୍ଟିଭିଟି ପ୍ରୋଜେକ୍ଟର ଭିତିପ୍ରସ୍ତର ସ୍ଥାପନ

By Angul TV Bureau

July 19, 2021

ଅନୁଗୁଳ: ଏମ୍‌ସିଏଲ୍ (ମହାନଦୀ କୋଲ୍ ଫିଲଡ୍‌ ଲିମିଟେଡ୍)ର ଅଧ୍ୟକ୍ଷ ପ୍ରଭାତ କୁମାର ସିହ୍ନା ରବିବାର ତାଳଚେର କୋଲ୍ ଫିଲ୍ମସ୍‌ ଗସ୍ତରେ ଆସି ବିଭିନ୍ନ କୋଇଲା ଖଣି ପରିଦର୍ଶନ କରିବା ସହିତ ୨୬୮.୦୫ କୋଟି ଟଙ୍କା ବ୍ୟୟରେ କଣିହାଁ ଖଣିରେ ନିର୍ମାଣ ହେବାକୁ ଥିବା ଫାଷ୍ଟ୍ ମାଇଲ୍ କନେକ୍ଟିଭିଟି (ଏଫ୍ଏମ୍‌ସି) ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଆସନ୍ତା ୨୦୨୩ ମେ ମାସ ସୁଦ୍ଧା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହେଲେ ବାର୍ଷିକ ୧୦ ନିୟୁତ ଟନ୍‌ କୋଇଲା ପରିବହନ କରାଯିବାର ଲକ୍ଷ୍ୟଧାର୍ଯ୍ୟ ରହିଛି। ମେକନ ଇଣ୍ଡିଆ ଲିମିଟେଡ୍‌କୁ ଏହି ନିର୍ମାଣ କାର୍ଯ୍ୟ ଦିଆଯାଇଥିଲା ବେଳେ ସାଇଲୋ ଦ୍ଵାରା ରେଲୱେ ସାଇଡିଂକୁ କୋଇଲା ପରିବହନ କରାଯିବ। ଏଥି ଯୋଗୁଁ ପ୍ରଦୂଷଣ ରୋକାଯିବା ସହ ତ୍ବରିତ୍‌ ବେଗରେ କୋଇଲା ପରିବହନ ହୋଇପାରିବ ବୋଲି ଏମସିଏଲ୍ ପକ୍ଷରୁ କୁହାଯାଇଛି। ସେହିପରି ଏମ୍‌ସିଏଲ୍‌ର ବିଭିନ୍ନ ଖଣିରେ ପ୍ରାୟ ୩୬୦୦ କୋଟି ଟଙ୍କା ବ୍ୟୟରେ ଏଭଳି ପ୍ରକଳ୍ପ ନିର୍ମାଣ କରାଯାଇ ପ୍ରଦୂଷଣ ମୁକ୍ତ ଭାବେ ବାର୍ଷିକ ୧୨୬ ନିୟୁତ ଟନ୍‌ କୋଇଲା ଉତ୍ପାଦନ କରାଯିବାର ଲକ୍ଷ୍ୟ ରହିଥିବାର ଅଧ୍ୟକ୍ଷ ଶ୍ରୀ ସିହ୍ନା କହିଛନ୍ତି । ଅଧ୍ୟକ୍ଷଙ୍କ ଏହି ଗସ୍ତ ସମୟରେ ଏମ୍ସିଏଲ୍‌ ନିର୍ଦ୍ଦେଶକ (କାର୍ମିକ) କେଶବ ରାଓ, ବୈଷୟିକ ନିର୍ଦ୍ଦେଶକ ଓପି ସିଂହ, ବାବନ ସିଂହଙ୍କ ସମେତ ତାଳଚେର କୋଲ୍ ଫିଲ୍ମର ସମସ୍ତ ମହାପ୍ରବନ୍ଧକ, ବରିଷ୍ଠ ପଦାଧିକାରୀ ଓ ଶ୍ରମିକ ପ୍ରତିନିଧୂମାନେ ଉପସ୍ଥିତ ଥିଲେ।