ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହିମିତିରା ପଞ୍ଚାୟତ ଘୋଷର ଗ୍ରାମରେ ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଆଜି ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ସରପଞ୍ଚ ସୁମିତ୍ରା ସେଠୀ, ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ସରୋଜ ସାହୁ, ଯୋଗୀନ୍ଦ୍ର ରାଉଳ, ହୃଦାନନ୍ଦ ପ୍ରଧାନ, ଗଗନ ବିହାରୀ ସାହୁ, ପରକ୍ଷିତ ସାହୁ, ବିଜୟ ସାହୁ, ଆଦିତ୍ୟ ସାହୁ, ଅରୁଣ ସାହୁ, ବବ୍ରୁବାହାନ ସେଠୀ, ଦୀଲିପ ପ୍ରଧାନ, ସାମ୍ବାଦିକ ସଞୟ ଦାଶ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ। ପୁରୋହିତ ରବିନାରାୟଣ ଶତପଥୀ ପୂଜାର୍ଚ୍ଚନା କରିଥିଲେ। ପଞ୍ଚାୟତ ଉନ୍ନୟନ ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ୧୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।