ମୁଖ୍ୟ ଖବର

ରେଙ୍ଗାଳି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ଶ୍ରେଣୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ

By Angul TV Bureau

October 08, 2025

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ରେଙ୍ଗାଳି ପ୍ରକଳ୍ପ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ଶ୍ରେଣୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏମସିଏଲର ସାମାଜିକ ଦାୟିତ୍ଵ ପାଣ୍ଠିରୁ ୪୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଶ୍ରେଣୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ରେଙ୍ଗାଳି ପ୍ରକଳ୍ପର ପୂର୍ବ ଗୌରବ ଫେରାଇବା ସହ ସ୍ୱାସ୍ଥ୍ୟ, ଶିକ୍ଷା ଓ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ପ୍ରକାଶ କରିଥିଲେ।

ବିଦ୍ୟାଳୟର ସଭାପତି ଶତୃଘ୍ନ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ନିରଞ୍ଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଜଗମୋହନ ପ୍ରଧାନ, ଧର୍ମେନ୍ଦ୍ର ମଲ୍ଲିକ, ପ୍ରହଲ୍ଲାଦ ସାମଲ, ଧୃବ ଚରଣ ଧୀର, ତ୍ରିପୁରାରି ପ୍ରଧାନ, ହରେକୃଷ୍ଣ ପ୍ରଧାନ, ତରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।