ଅନ୍ୟାନ୍ୟ

ଭର୍ଚ୍ଚୁଆଲ ମୋଡ୍‌ରେ ଅତ୍ୟାଧୁନିକ ବସଷ୍ଟାଣ୍ଡର ଶିଳାନ୍ୟାସ

By Angul TV Bureau

December 24, 2021

ଅନୁଗୁଳ: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗୁରୁବାର ଅନୁଗୁଳ ସମେତ ୨୨ଟି ଜିଲ୍ଲାରେ ଅତ୍ୟାଧୁନିକ ୫୫ଟି ବସଷ୍ଟାଣ୍ଡର ଭିତ୍ତୀପ୍ରସ୍ତର ସ୍ଥାପନ କରାଯାଇଛି। ଅନୁଗୁଳ ଜିଲ୍ଲାର କଣିହାଁ ଓ ପାଳଲହଡା ଠାରେ ୨ଟି ବସଷ୍ଟାଣ୍ଡ ନିର୍ମାଣ ହେବ। ରାଜ୍ୟର ବିଭିନ୍ନ ସ୍ଥାନକୁ ଗମନାଗମନର ସୁବିଧାକୁ ଦୃଷ୍ଟିରେ ରଖି ଏହି ବସଷ୍ଟାଣ୍ଡରେ ପାଠାଗାର, ଶୌଚାଳୟ, ମାର୍କେଟ କମ୍ପ୍ଲେକ୍ସ ଓ ବ୍ୟବସ୍ଥିତ ଭାବେ ୨ ଚକିଆ ଓ ୪ ଚକିଆ ଯାନର ପାର୍କିଂ ବ୍ୟବସ୍ଥା କରାଯିବ। ଏହାଛଡା ଯାତ୍ରୀ ବିଶ୍ରାମଗାର, ପାନୀୟ ଜଳ ଓ ସ୍ବତନ୍ତ୍ର ଭାବେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସେଡ୍ ନିର୍ମାଣ କରାଯିବ। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଳଲହଡା ବିଧାୟକ ମୁକେଶ କୁମାର ପାଳ, ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଡେପୁଟୀ କଲେକ୍ଟର ବଇତୁରା ଦିପ୍, ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ବିଭାଭଞ୍ଜନ ସାମନ୍ତସିଂହାର, ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ସମରେନ୍ଦ୍ର ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।