ମୁଖ୍ୟ ଖବର

ବହୁ ପ୍ରତୀକ୍ଷିତ ଫୁଲପାଳ-ବାଲି ସାହି-ମୁଣ୍ଡିଆ ସାହି-ସମାଖୋଇ-ବାରସିଂହା ରାସ୍ତାର ଭୂମି ପୂଜନ, ଯୋଗଦେଲେ ବିଧାୟକ ରଜନୀକାନ୍ତ ସିଂହ

By Angul TV Bureau

October 27, 2023

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନୁଗୁଳ ବ୍ଲକ ୩ ନଂ ଜୋନ୍ ଅନ୍ତର୍ଗତ ବହୁ ପ୍ରତୀକ୍ଷିତ ଫୁଲପାଳ- ବାଲିସାହି- ମୁଣ୍ଡିଆ ସାହି- ସମାଖୋଇ- ବାରସିଂହା ରାସ୍ତାର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି। ୬ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ଏହାର ନିର୍ମାଣ ହେବ। ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ।

ଏହି ରାସ୍ତା ହେଲେ ବଲାସିଂହା – କାଙ୍ଗୁଲା ବେନ୍ତପୁର- ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତର ଗମନାଗମନକୁ ସଦୃଢ଼ ହେବ। ଏଥିସହ ଅଙ୍ଗାରବନ୍ଧ ଗ୍ରାମର ପ୍ରସିଦ୍ଧ ଅଲେଖ ମହିମା ଧାମକୁ ଯାତାୟାତ ସୁବିଧା ହେବ। ଏ ଅବସରରେ ବଲାସିଂହା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜାତୀୟ ପିତା ମହାତ୍ମା ଗାନ୍ଧୀ ଏବଂ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ଏଥି ସହିତ ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ୱାର୍ଟର ମଧ୍ୟ ଉଦଘାଟିତ ହୋଇଥିଲା। କାର୍ଯ୍ୟକ୍ରମରେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଜିଲ୍ଲା ପରିଷଦ ସଭ୍ୟ ଧ୍ରୁବ ଦେହୁରୀ, ସରପଞ୍ଚ ମମତା ପ୍ରଧାନ, ସମିତି ସଭ୍ୟ ସୁଶାନ୍ତ ପ୍ରଧାନ, ବ୍ଲକ ବିଜେଡି ସଭାପତି ସରୋଜ ସାହୁ, ଜିଲ୍ଲା ବିଜେଡି ଉପ-ସଭାପତି ଭାଗିରଥି ମାଝୀ, ପୂର୍ବତନ ସରପଞ୍ଚ ସାରଥୀ ପ୍ରଧାନ, ପୂର୍ବତନ ସରପଞ୍ଚ ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।