ଅନ୍ୟାନ୍ୟ

୩ ପାନୀୟ ଜଳ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ

By Angul TV Bureau

April 15, 2021

ଅନୁଗୁଳ: ଅନୁଗୁଳ ନିର୍ବାଚନମଣ୍ଡଳୀର ୩ଟି ଗ୍ରାମରେ ବୁଧବାର ୩ଟି ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୩୩.୦୫ ଲକ୍ଷ ଟଙ୍କାର ଏହି ପ୍ରକଳ୍ପଗୁଡିକର ଭିଭିପ୍ରସ୍ତର ସ୍ଥାପନ କରିଥିଲେ। ଅନୁଗୁଳ ବ୍ଲକ୍ ଅନ୍ତର୍ଗତ କୁମୁରିସିଂହା ଗ୍ରାମ ପଞ୍ଚାୟତର ରାମବେରେଣୀ ଠାରେ ୫୧.୮୫ ଲକ୍ଷ ଟଙ୍କା ବ୍ୟୟରେ ୩୦ ହଜାର ଲିଟର ବିଶିଷ୍ଟ ଓଭର ହେଡ୍‌ ପାଣି ଟାଙ୍କି ନିର୍ମାଣ ହେବ। ସେହିପରି ଇଙ୍କରବନ୍ଧ ପଞ୍ଚାୟତର ବଡ଼କଞ୍ଜିନି ଠାରେ ୯୮.୫୨ ଲକ୍ଷ ଟଙ୍କା ବ୍ୟୟରେ ଏକ ଲକ୍ଷ ଲିଟର ବିଶିଷ୍ଟ ଓଭର ହେଡ୍ ଓ ଭୂତଳ ଜଳ ପ୍ରକଳ୍ପ ଏବଂ ସାନକଞ୍ଜିନି ଗ୍ରାମରେ ୮୨.୬୮ ଲକ୍ଷ ଟଙ୍କା ବ୍ୟୟରେ ଏକ ଲକ୍ଷ ବିଶିଷ୍ଟ ଓଭର ହେଡ୍ ଓ ଭୂତଳ ଜଳ ପ୍ରକଳ୍ପ ନିର୍ମାଣ ହେବ । ଏହି ୩ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ସରୋଜ ସାହୁ, ବିଜୟ ନାଥ, ଦୁର୍ଗାଚରଣ ପ୍ରଧାନ, ଦୁର୍ଯ୍ୟୋଧନ ସାହୁ, ଅଜିତ୍ ପ୍ରଧାନ, ଯୋଗେନ୍ଦ୍ର ବିଶ୍ଵାଳ, ସରୋଜ ନାଏକ, ଅରୁଣାଭ ସିଂହ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।