ମୁଖ୍ୟ ଖବର

ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଅଧ୍ୟାପକ ହଟହଟା, ଶିକ୍ଷାନୁଷ୍ଠାନ ଦେଲା ତଦନ୍ତ ନିର୍ଦ୍ଦେଶ

By Angul TV Bureau

August 28, 2023

ଅନୁଗୁଳ: ଯୁକ୍ତ ଦୁଇ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ହଟହଟା ହୋଇଛନ୍ତି ଅଧ୍ୟାପକ। ଅଧ୍ୟାପକ ଜଣକ ମୋବାଇଲ ଫୋନ୍‌ରେ ବାରମ୍ବାର ପ୍ରେମ ନିବେଦନ କରିବା ସହ ବହୁ ଆପତ୍ତିଜନକ ମେସେଜ ପଠାଇଛନ୍ତି। ଶେଷରେ ଅତିଷ୍ଠ ହୋଇ କଲେଜ କର୍ତ୍ତୃପକ୍ଷଙ୍କ ପାଖରେ ଫେରାଦ୍ ହୋଇଛନ୍ତି ଛାତ୍ରୀ। ପରେ କଲେଜ କର୍ତ୍ତୃପକ୍ଷ ବୈଠକ ଡାକିବା ସହ ଅଧ୍ୟାପକଙ୍କୁ ତାଗିଦ୍ କରିଥିବା ଜଣାପଡ଼ିଛି। ଅନୁଗୁଳର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଏଭଳି ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ଅନୁଗୁଳ ସହରରେ ଥିବା ଏକ ପ୍ରମୁଖ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ପଢୁଥିବା ଜଣେ ନାବାଳିକାଙ୍କୁ ଶିକ୍ଷାନୁଷ୍ଠାନର ଜଣେ ଅଧ୍ୟାପକ ଏକତରଫା ପ୍ରେମ କରୁଥିଲେ। ସେ ଛାତ୍ରୀଙ୍କୁ ମୋବାଇଲ୍ ଫୋନ୍‌ରେ ବିଭିନ୍ନ ସମୟରେ ମେସେଜ ଦେବା ସହ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ। ଏ ନେଇ ସେ ଅନେକ ଥର ଅଧ୍ୟାପକଙ୍କୁ ବାରଣ କରିଥିଲେ। କିନ୍ତୁ ସେ ନ ଶୁଣିବାରୁ ଛାତ୍ରୀଜଣଙ୍କ ଶେଷରେ ବାଧ୍ୟ ହୋଇ ଛାତ୍ରୀଜଣଙ୍କ କଲେଜ ଅଧ୍ୟକ୍ଷଙ୍କୁ ଜଣାଇଛନ୍ତି। ଏଥିନେଇ କଲେଜର ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ଆଲୋଚନା କରାଯାଇଛି। ପରେ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦିଆଯାଇଯିବା ସହ ଅଧ୍ୟାପକଙ୍କୁ ତାଗିଦ୍ କରାଯାଇଛି।