ମୁଖ୍ୟ ଖବର

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆଇନ୍ ସଚେତନତା କାର୍ଯ୍ୟକ୍ରମ: ଯୌନ ଅପରାଧରୁ ସୁରକ୍ଷା ଆଇନ୍ ବୁଝିଲେ ଛାତ୍ରୀ

By Angul TV Bureau

June 24, 2023

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ପୋକସୋ ଆଇନ୍, କିଶୋର ଆଇନ୍ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା), ଆଇନ୍ ଓ ମୌଳିକ କର୍ତ୍ତବ୍ୟ ନେଇ ସଚେତନ କରିବା ଉଦ୍ଦେଶ୍ୟରେ ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଅତିରିକ୍ତ ଜିଲ୍ଲା ଓ ଦୌରଜଜ ରଶ୍ମିତା ଜ୍ୟୋତିଷ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ଯରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ କମଳାକାନ୍ତ ନାୟକ, ଡିଏସପି ଯାଜ୍ଞସେନୀ ବେହେରା, ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ଡାକ୍ତର ସୁଜାତା ଦାସ୍, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ କଲ୍ୟାଣୀ କିଶୋର ମହାନ୍ତି, ଡେପୁଟି ଚିଫ୍ ଲିଗାଲ ଏଣ୍ଡ ଡିଫେନ୍ସ କାଉନସିଲ ବିନାୟକ ଗୋଦୁକା, ଆସିଷ୍ଟାଣ୍ଡ ଲିଗାଲ ଏଣ୍ଡ ଡିଫେନ୍ସ କାଉନସିଲ୍ ସୌମ୍ୟ ରଞ୍ଜନ ଦାସ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ଦାସଗୁପ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।

ଏ ଅବସରରେ ଯୌନ ଅପରାଧରୁ ସୁରକ୍ଷା ଆଇନ୍ ଅନୁଯାୟୀ ଦୋଷୀଙ୍କୁ ଦଣ୍ଡ ଓ ସରକାରଙ୍କ ତରଫରୁ ପୀଡିତାଙ୍କ ପାଇଁ ଥିବା କ୍ଷତି ପୂରଣ ବିଷୟରେ ଅତିଥିମାନେ ବୁଝାଇଥିଲେ। ଏହା ସହିତ ସମ୍ବିଧାନରେ ଥିବା ନାଗରିକଙ୍କର ବିଭିନ୍ନ କର୍ତ୍ତବ୍ୟ ଏବଂ କିଶୋର୍ ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ୍ ବିଷୟରେ ଛାତ୍ରୀଙ୍କୁ ଅବଗତ କରାଯାଇଥିଲେ। କାର୍ଯ୍ୟକ୍ରମରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୧୩୦ ରୁ ଊର୍ଦ୍ଧ୍ୱ ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ। ଆଇନ୍ ସେବା ପ୍ରାଧିକରଣ ସଚିବ କମଳାକାନ୍ତ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।