ମୁଖ୍ୟ ଖବର

ବିଦ୍ୟୁତ ଆଘାତରେ କଲରା ପତରିଆ ବାଘର ମୃତ୍ୟୁ, ଚମଡ଼ା ନେବା ବେଳେ ୪ ଜଣଙ୍କୁ ଗିରଫ କଲା ବନ ବିଭାଗ

By Angul TV Bureau

November 06, 2022

ଆଠମଲ୍ଲିକ: ଆଠମଲ୍ଲିକ ବନଖଣ୍ଡ ଅଧୀନସ୍ଥ ବାମୁର ବନାଞ୍ଚଳ ସର୍ଗିପାଲି ସେକ୍ସନ ଫୁଲଝରୀ ବିଟ୍ ଜଙ୍ଗଲ ଅଞ୍ଚଳରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଖବର ପାଇ ବନବିଭାଗ ପହଞ୍ଚି ମୃତ ଶରୀର ସହ ଚମଡ଼ାକୁ ଉଦ୍ଧାର କରିଥିବା ଜଣାଯାଇଛି। କଲରାପତରିଆର ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଛି ବୋଲି ବନ ବିଭାଗ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି।

ବାରହା ଶିକାର ପାଇଁ ଜଙ୍ଗଲରେ ବସାଯାଇଥିବା ବିଦ୍ୟୁତ ତାର ଲାଗି କଲରା ପତରିଆର ମୃତ୍ୟୁ ହୋଇଥିବା କୁହାଯାଉଛି। ବାଘର ମୃତ୍ୟୁ ପରେ ଦୁର୍ବୃତ୍ତମାନେ ଶରୀରରୁ ଚମଡ଼ା ବାହାର କରିନେଉଥିଲେ। ଖବର ପାଇ ବନ ବିଭାଗ ଚଢ଼ଉ କରି ମୃତ ଶରୀର ଓ ଚମଡା ଉଦ୍ଧାର କରିଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି।