ମୁଖ୍ୟ ଖବର

ସାତକୋଶିଆ କୁଲାଙ୍ଗୀ ଠାରେ ୨ କଲରାପତରିଆ ବାଘ ମୃତ୍ଯୁ

By Angul TV Bureau

October 28, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ଯାଘ୍ର ସଂରକ୍ଷଣ ଅଞ୍ଚଳର ପମ୍ପାସର ରେଞ୍ଜ ଅନ୍ତର୍ଗତ କୁଲାଙ୍ଗୀ ଠାରେ ୨ ଟି କଲରାପତରିଆ ବାଘ ମରିଥିବାର ଖବର ଜଣାଯାଇଛି ।

ସ୍ଥାନୀୟ ବନ କର୍ମଚାରୀଙ୍କୁ ଗ୍ରାମବାସୀ ଖବର ଦେବା ପରେ ଘଟଣାଟି ଜଣାପଡିଥିଲା। ଖବର ପାଇବା ପରେ ଘଟଣାସ୍ଥଳରେ ଅନୁଗୁଳ ଆଞ୍ଚଳିକ ମୁଖ୍ଯ ବନ ସଂରକ୍ଷକ ଏମ୍ ୟୋଗଜୟାନନ୍ଦ , ସାତକୋଶିଆ ଡିଏଫ୍ଓ ସରୋଜ ପଣ୍ଡା, ଏସିଏଫ୍ ଶୁଭେନ୍ଦୁ ବେହେରା, ପମ୍ପାସର ରେଞ୍ଜ ଅଫିସର ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଏହି ୨ଟି କଲରାପତରିଆ ବାଘ ପ୍ରାୟ ୮ରୁ ୧୦ ଦିନ ପୂର୍ବରୁ ହୋଇ ଥିବାର ଅନୁମାନ କରାଯାଉଛି। ବାଘ ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ। ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ ଡକାଯାଇ ନମୁନା ସଂଗ୍ରହ କରାଯାଇ ଫରେନସିକ ଲ୍ୟାବକୁ ପଠାଯାଇଛି। ଲ୍ୟାବ ରିପୋର୍ଟ ଆସିବା ପରେ ଉଦ୍ଧାର ହୋଇଥିବା ୨ ଶବ ମାଇ କି ଅଣ୍ଡିରା ଏବଂ ସେମାନଙ୍କ ବୟସ କେତେ ଜଣା ପଡିବ ବୋଲି ସରକୋଶିଆ ଡିଏଫ୍‌ଓ ସରୋଜ ପଣ୍ଡା କହିଛନ୍ତି।