ମୁଖ୍ୟ ଖବର

୯ ମାସ ପରେ ଶୁକ୍ରବାର ଆରମ୍ଭ ହେଲା ପାଠପଢ଼ା

By Angul TV Bureau

January 08, 2021

ଅନୁଗୁଳ: ଦୀର୍ଘ ୯ ମାସ ପରେ ଶୁକ୍ରବାର ଜିଲ୍ଲାରେ ଖୋଲିଛି ସ୍କୁଲ୍‌। ଏହାକୁ ନେଇ ଛାତ୍ରଛାତ୍ରୀ ମହଲରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ୩୦ ଜିଲ୍ଲା ପାଇଁ ନିଯୁକ୍ତ ହୋଇଥିବା ବିଭିନ୍ନ ଅଧିକାରୀ ବୁଲି ରିପୋର୍ଟ ଦାଖଲ କରିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ର˚ଜନ ଦାସ ଗତ ଶୁକ୍ରବାର ଏହାର ସ୍ଥିତି ପରଖିଥିଲେ। ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ଆଜିଠାରୁ ୨୮ ଏପ୍ରିଲ୍‌ ଯାଏଁ ପାଠ ପଢ଼ାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।