ଅନୁଗୁଳ: ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ୩ ଦଫା ଦାବି ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ୫-ଟି ସଚିବ, ମୁଖ୍ୟ ଶାସନ ସଚିବଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଦାବିଗୁଡ଼ିକ ମଧ୍ୟରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିର ଚୁକ୍ତିଭିତ୍ତିକ ଧାରାକୁ ରଦ୍ଦ କରିବା, ବିଦ୍ୟମାନ ଜୁନିଅର ଶିକ୍ଷକ/ଜୁନିଅର ଶିକ୍ଷକ (ଚୁକ୍ତିଭିତ୍ତିକ) କୁ ନିୟମିତ କରିବା, ଶିକ୍ଷକଙ୍କୁ କେନ୍ଦ୍ରୀୟ ଦରମା ୩୫,୪୦୯ ଟଙ୍କା ପ୍ରଦାନ କରିବା, ପେନସନ ଲାଗୁ କରିବା ଆଦି ଦାବି ରହିଛି। ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଅଭିଯୋଗ କରିଛି ଯେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ବୈଠକରେ ଦାବି ସମାଧନ ପାଇଁ ଆଶ୍ୱାସନା ଦେଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନି। ପରେ ବ୍ଲକ ପ୍ରତିନିଧିଙ୍କ ମାଧ୍ୟମରେ ବିଧାୟକଙ୍କ ସମ୍ମୁଖରେ ଆମର କାରଣକୁ ଭେଣ୍ଟିଲେଟ୍ କରିଥିଲେ ମଧ୍ୟ ସବୁ ପାଣିର ଗାର ସଦୃଶ ହୋଇଛି ବୋଲି ସଂଘ ଅଭିଯୋଗ କରିଛି। ଯଦି ୧୫ ତାରିଖ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଭୁବନେଶ୍ୱରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବ ବୋଲି କହିଛି।