ଅନ୍ୟାନ୍ୟ

କାଞ୍ଜିଆହୁଦା ନିର୍ମାଣ ନିମନ୍ତେ ସାଂସଦଙ୍କୁ ସ୍ମାରକ

By Biswaranjan Pattnaik

November 06, 2023

ଅନୁଗୁଳ: ଦୀର୍ଘ ଦିନ ଧରି ଅନୁଗୁଳ ପୌରାଞ୍ଚଳ ମଧ୍ୟରେ ଏକ କାଞ୍ଜିଆହୁଦା ନିର୍ମାଣ ପାଇଁ ସ୍ବେଛାସେବୀ ମାନେ ଦାବୀ କରି ଆସୁଛନ୍ତି କିନ୍ତୁ ପ୍ରଶାସନ ପକ୍ଷରୁ ଏଥିନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ।ବୁଲା ଗାଈ ଗୋରୁ ରାସ୍ତାରେ ଏଣେତେଣେ ବୁଲିବା ଦ୍ଵାରା ଅନେକ ସମୟରେ ଦୁର୍ଘଟଣା ଘଟୁଛି ଓ ଧନ ଜୀବନ ହାନି ଘଟୁଛି।ତେଣୁ କାଞ୍ଜିଆହୁଦା ନିର୍ମାଣ ଦାବି ନେଇ ଅନୁଗୁଳ ଆନିମଲ ୱେଲ୍ଫେଆର ଟ୍ରଷ୍ଟ ପକ୍ଷରୁ ରୁକେଶ୍ ରୋସନ ଦାସ ଆଜି ସାଂସଦ ମହେଶ ସାହୁଙ୍କୁ ଭେଟି କାଂଜିଆ ହୁଦା ନିର୍ମାଣ ନିମନ୍ତେ ଏକ ସ୍ମାରକ ପ୍ରଦାନ କରିଥିଲେ।ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ,ଅନୁପ ସମ୍ବିତ ପଟ୍ଟନାୟକ,ସୋମ ପ୍ରକାଶ ଦାଶ ଏବଂ ଦୁଷ୍ମନ୍ତ କୁମାର ପ୍ରଧାନ ପ୍ରଭାତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।