ଅନ୍ୟାନ୍ୟ

ଅନୁଗୁଳ ରେଳ ଷ୍ଟେସନର ଅତ୍ୟାଧୁନିକରଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର

By Angul TV Bureau

September 23, 2021

ଅନୁଗୁଳ: ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ସଦର ମହକୁମାରେ ଥିବା ଅନୁଗୁଳ ରେଳ ଷ୍ଟେସନର ଅତ୍ୟାଧୁନିକରଣ ପାଇଁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା, କୌଶଳ ଓ ଉଦ୍ୟୋଗୀ ବିକାଶ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖିଛନ୍ତି। ଅନୁଗୁଳ ଜିଲ୍ଲାରେ ଦୈନିକ ହଜାର ହଜାର ଟନ ପରିମାଣର କୋଇଲା ଉତ୍ପାଦନ ହୋଇ ବିଭିନ୍ନ ରାଜ୍ୟ ଓ ବାହାର ଦେଶକୁ ରପ୍ତାନି କରାଯାଉଛି। ଅନୁଗୁଳ ଷ୍ଟେସନଟି ଭାରତର ବିଭିନ୍ନ କୋଣ ସହ ସଂଯୋଗ କରି ବାଣିଜ୍ୟ କ୍ଷେତ୍ରରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ଏହି ଷ୍ଟେସନରୁ ବହୁତ ଯାତ୍ରୀ ରେଳ ଯୋଗେ ଦୈନନ୍ଦିନ ଯାତାୟାତ କରନ୍ତି। ତେଣୁ ଅନୁଗୁଳ ରେଳ ଷ୍ଟେସନକୁ ବି-ଗ୍ରେଡ ଷ୍ଟେସନ କରିବା, ସମ୍ବଲପୁର ଓ ହାୱଡା(ଭାୟା ଅନୁଗୁଳ) ମଧ୍ୟରେ ସାପ୍ତାହିକ ୨ଥର ଓ ଭିଶାଖାପାଟଣାମ ଓ ଅମୃତସ(ଭାୟା ଅନୁଗୁଳ)ମଧ୍ୟରେ ଦୈନିକ ରେଳ ଚଳାଚଳର ବ୍ୟବସ୍ଥା କରିବା, ଷ୍ଟେସନର ସବୁ ପ୍ଲାଟଫର୍ମରେ ୱେଷ୍ଟଟର୍ନ ଛତା ସେଡର ବ୍ୟବସ୍ଥା କରାଯିବା, ଷ୍ଟେସନର ପ୍ଲାଟଫର୍ମ -୧ରୁ ପ୍ଲାଟଫର୍ମ– ୩ ପର୍ଯ୍ୟନ୍ତ ପାଦଚଲା ଓଭର ବ୍ରିଜର ନିର୍ମାଣ କରିବା, ଷ୍ଟେସନର ପ୍ଲାଟଫର୍ମ ଗୁଡିକରେ ପାନୀୟ ଜଳର ସୁବିଧା କରିବା, ରେଳ କର୍ମଚାରୀ, ସେମାନଙ୍କ ପରିବାର ଓ ଯାତ୍ରୀମାନଙ୍କର ଆଶୁ ଚିକିତ୍ସା ନିମନ୍ତେ ଷ୍ଟେସନ ଭିତରେ ଡ଼ିସପେନସାରୀ ସୁବିଧା କରାଯିବା, ଷ୍ଟେସନ ରାସ୍ତାକୁ ସହରର ପି॰ଡବ୍ଲ୍ୟୁ॰ଡି॰ ରାସ୍ତା ସହ ସଂଯୋଗ କରିବା, ରେଳ ଷ୍ଟେସନରେ ପାର୍ସଲ ବୁକିଙ୍ଗର ସୁବିଧା କରାଯିବା, ଷ୍ଟେସନରେ କୋଚ ଡିସପ୍ଲେ ସୁବିଧା କରାଯିବାକୁ ପ୍ରତାପ ଚନ୍ଦ୍ର ପ୍ରଧାନ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ରରେ ଅନୁରେଧ କରିଛନ୍ତି। ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟ।ଳୟରେ ଭେଟି ଏହି ପତ୍ର ପ୍ରଦାନ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ତୁରନ୍ତ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଏ ନେଇ ଅବଗତ କରାଇଛନ୍ତି।