ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ଅଢେଇଟା ସମୟରେ ହଠାତ୍ କିଛି ସମୟ ପାଇଁ ବର୍ଷା ପବନ ମାଡ଼ି ଆସିଥିଲା। ଏହି ସମୟରେ ମ୍ୟୁନିସପାଲିଟି କଲୋନୀ ସମ୍ମୁଖରେ ଡ଼ିଆଇସି ଛକ ପୂଜା କମିଟି ପକ୍ଷରୁ ନିର୍ମିତ ଏକ ବିଶାଳ ଲାଇଟ୍ ଗେଟ ଭାଙ୍ଗି ପଡ଼ିଥିଲା। ତେବେ ବର୍ଷା ଯୋଗୁଁ ରାସ୍ତା ଫାଙ୍କା ଥିବାରୁ କାହାରି କିଛି କ୍ଷତି ହୋଇ ନଥିଲା। ଗେଟ୍ ଭାଙ୍ଗି ଯିବା ହେତୁ ଗାଡ଼ି ମଟର ଚଳାଚଳ ଅଧଘଣ୍ଟା ବାଧା ପ୍ରାପ୍ତ ହୋଇଥିଲା।