ଅନୁଗୁଳ: କଟକ-ଭୁବନେଶ୍ୱର ଭଳି ଅନୁଗୁଳରେ ଲାଇନ ଅଟୋ ଚାଲିବାର ସମ୍ଭାବନା ଦେଖାଦେଇଛି। ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ଲାଇନ ଅଟୋ କିଣାଯାଇ କେତେକ ରୁଟରେ ପରୀକ୍ଷା କରାଯିବ। ଏହି ଇ ବିଦ୍ୟୁତ ଭେଇକିଲକୁ ମହିଳା ଚାଳକ ମାନେ ଚଳାଇବାର ଯୋଜନା ମଧ୍ୟ ରହିଛି। ଅତୀତରେ ପୋୖର ପାଳିକା ପକ୍ଷରୁ ବସ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯାଇଥିଲା।ପରବର୍ତୀ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ କ୍ଷତି ହେବାରୁ ବସ ସେବାକୁ ବନ୍ଦ କରି ଦିଆଯାଇଥିଲା। ଏଥିନେଇ ପୌରପାଳିକା ପକ୍ଷରୁ କେତୋଟି ଅଟୋ କିଣା ଯାଇଥିବା ବେଳେ ପରିଷଦରେ ଗୃହୀତ ହେବା ପରେ ଏହାର ଶୁଭାରମ୍ଭ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।