ଘଟଣା ଓ ଦୁର୍ଘଟଣା

ଫେରାର ମଦ ବେପାରୀକୁ ଗିରଫ କଲା ରେଙ୍ଗାଳି ପୋଲିସ

By Angul TV Bureau

December 25, 2024

ଅନୁଗୁଳ: ଫେରାର ମଦ ବ୍ୟବସାୟୀଙ୍କୁ ଗିରଫ କଲା ଅନୁଗୁଳ ଜିଲ୍ଲା ରେଙ୍ଗାଳି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବ୍ରହ୍ମା ଧାଙ୍ଗର (୩୨)। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ, କଣିହା ବ୍ଲକ ରେଙ୍ଗାଳି ପୋଲିସ ପକ୍ଷରୁ ଚଳିତ ବର୍ଷ ଏପ୍ରିଲ ମାସରେ ନାକଟିଦେଉଳ ଅଞ୍ଚଳରେ ବେଆଇନ ମହୁଲି ମଦ ଭାଟି ଉପରେ ଚଢଉ କରାଯାଇଥିଲା। ସେତେବେଳେ ପୋଲିସ ବେଆଇନ ମଦ ଭାଟିରୁ ୫୦ଲିଟର ମହୁଲି ମଦ ଜବତ କରିଥିବା ବେଳେ ମଦ ବ୍ୟବସାୟୀ ବାରପଦା ଗ୍ରାମର ବ୍ରହ୍ମା ଧାଙ୍ଗର ଫେରାର ହୋଇ ଯାଇଥିଲା। ବୁଧବାର ରେଙ୍ଗାଳି ପୋଲିସ ଫେରାର ଅଭିଯୁକ୍ତ ବ୍ରହ୍ମା ଧାଙ୍ଗରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ଜୟନ୍ତ ମହାନ୍ତି ସୂଚନା ଦେଇଛନ୍ତି।