ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ଚଢ଼ଉ: ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ, ୧୭ଗିରଫ

By Angul TV Bureau

April 20, 2024

ଅନୁଗୁଳ: ନିର୍ବାଚନ ଅବ୍ୟବହିତ ପୂର୍ବରୁ ଅନୁଗୁଳ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଦାଗୀ, ଡକାୟତି, ରାହାଜାନି ଓ ସନ୍ଦେହୀ ଗତି ବିଧି ଉପରେ ନଜର ରଖାଯିବା ସଙ୍ଗେ ସଙ୍ଗେ ସାନ୍ଧ୍ୟ ଓ ରାତ୍ରକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଗତ ୧୮ ତାରିଖରେ ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସମୟରେ ଅନୁଗୁଳ ଜିଲ୍ଲାର ସମଗ୍ର ଥାନାରେ ସାମୂହିକ ଚଢ଼ଉ କରାଯାଇ ସମୁଦାୟ ୧୭ ଟି ଅବକାରୀ କେସ୍ ବିଭିନ୍ନ ଥାନାରେ ରୁଜୁ କରାଯାଇ ୧୭ ଜଣ ମୁଦାଲାଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୨୬୪.୯୫ ଲିଟର ବିଦେଶୀ ମଦ, ୨୮. ୫ ଲିଟର ଦେଶୀ ମଦ ଓ ୧୧୪. ୮ ଲିଟର ଓଏସ ଲିକର ଜବତ କରାଯିବା ସହ ମଦ କାରବାରରେ ବ୍ୟବହୃତ ଫ୍ରିଜ ଏବଂ ଅନ୍ୟାନ୍ୟ ଜିନିଷଗୁଡ଼ିକୁ ମଧ୍ୟ ଜବତ କରାଯାଇଛି।

ଏତଦ ବ୍ୟତୀତ ରାତ୍ର ପାଟ୍ରୋଲିଂ ସମୟରେ ସମଗ୍ର ଜିଲ୍ଲାର ଥିବା ସବୁ ହୋଟେଲ, ଲଜଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ହୋଟେଲ ମାଲିକଙ୍କୁ ସରକାରୀ ଆକ୍ଟ ଅନୁଯାୟୀ ତାଙ୍କର ନିଜ ନିଜ ଥାନା ମାନଙ୍କରେ ଚାର୍ଟ ପ୍ରତ୍ୟହ ଦେବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ୱାରେଣ୍ଟ ଡ୍ରାଇଭ କରାଯାଇ ୦୬ ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।