ଘଟଣା ଓ ଦୁର୍ଘଟଣା

୫୧ ଲିଟର ବିଦେଶୀ ମଦ ଜବତ, ଦୁଇ ଗିରଫ

By Angul TV Bureau

March 29, 2024

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୋଲିସ କୁକୁଡ଼ାଙ୍ଗ ଗ୍ରାମରେ ଚଢ଼ଉ କରି ବିଭିନ୍ନ କିସମର ୧୩୯ ବୋତଲ ବିଦେଶୀ ମଦ ଜବତ କରିଛି। ଜବତ ମଦର ପରିମାଣ ସାଢ଼େ ୫୧ ଲିଟର ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଘରେ ମଦ ରଖି ଚୋରା କାରବାର ଅଭିଯୋଗରେ କୁକୁଡ଼ାଙ୍ଗ ଗ୍ରାମର କବି ମହାଳିକ ଓ ତାଙ୍କ ପୁଅ ଗୋବିନ୍ଦ ମହାଳିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଧିରେସ କୁମାର ଦାସ ସୂଚନା ଦେଇଛନ୍ତି।