ଘଟଣା ଓ ଦୁର୍ଘଟଣା

ବିପୁଳ ଦେଶୀ ମହୁଲି ମଦ ଓ ପୋଚ ଜବତ, ୩ ଗିରଫ

By Angul TV Bureau

September 11, 2023

ଅନୁଗୁଳ: ସ୍ଥାନୀୟ ହଣ୍ଡାପା ଥାନା ଅଞ୍ଚଳରେ ଆଜି ବଇଣ୍ଡା ଏବଂ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।

ସୂଚନା ମୁତାବକ, ହଣ୍ଡପା ଥାନା ଅଞ୍ଚଳ ଘନପୁର ଗ୍ରାମର ନିରଞ୍ଜନ ସେଠୀଙ୍କ ଠାରୁ ୩୫ ଲିଟର ଦେଶୀ ମଦ ଏବଂ ୨୫୦ କେଜି ମହୁଲ ପୋଚ, ସେରେଣ୍ଡା ଗ୍ରାମର ସମ୍ବାରୁ ବେହେରାଙ୍କ ଠାରୁ ୨୫ ଲିଟର ଦେଶୀ ମଦ ଓ ୩୦୦ କେଜି ମହୁଲ ପୋଚ, ଛବି ବେହେରାଙ୍କ ଠାରୁ ୩୫ ଲିଟର ଦେଶୀ ମହୁଲି ମଦ ଏବଂ ୨୦୦ କେଜି ପୋଚ ଜବତ କରି ନଷ୍ଟ କରାଯାଇଛି। ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଠମଲ୍ଲିକ ଅବକାରୀ ଅଧିକାରୀ ଧରଣୀଧର ପ୍ରହରାଜ ସୂଚନା ଦେଇଛନ୍ତି।