ମୁଖ୍ୟ ଖବର

ବିପୁଳ ପରିମାଣର ଦେଶୀ ମହୁଲି ମଦ ଏବଂ ବାଇକ ଜବତ, ୫ ଅଭିଯୁକ୍ତ ଗିରଫ

By Angul TV Bureau

September 09, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅଞ୍ଚଳରେ ବିପୁଳ ଦେଶୀ ମହୁଲି ମଦ କାରବାର ଅଭିଯୋଗ ପାଇ ଆଜି ବଇଣ୍ଡା ଏବଂ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି।

ଠାକୁରଗଡ଼ ଥାନା ଅଞ୍ଚଳରେ ଚଢ଼ଉ ବେଳେ ସଦାନନ୍ଦପୁରର ରିନା ବେହେରାଙ୍କ ଠାରୁ ୧୦ ଲିଟର ଦେଶୀ ମଦ, ଆନନ୍ଦପୁର ଗ୍ରାମର ମିତାଲି ପ୍ରଧାନଙ୍କ ଠାରୁ ୧୦ ଲିଟର, ନୀଳିମା ପ୍ରଧାନଙ୍କ ଠାରୁ ୧୫ ଲିଟର ଦେଶୀ ମଦ ଏବଂ ୫୦ କେଜି ପୋଚ ନଷ୍ଟ କରାଯାଇଛି।

ସେହିପରି ରାଜିଙ୍ଗ ଗ୍ରାମର ସୁରେଶ ଚନ୍ଦ୍ର ବେହେରାଙ୍କ ଠାରୁ ୪୦ ଲିଟର ମଦ ଏବଂ ଏକ ବାଇକ ଜବତ କରାଯାଇଛି। ସେହି ଗ୍ରାମର ନବଘନ ବେହେରାଙ୍କ ଠାରୁ ୪୦ ଲିଟର ଦେଶୀ ମହୁଲି ମଦ ମଧ୍ୟ ଜବତ ହୋଇଛି। ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଆଠମଲ୍ଲିକ ଅବକାରୀ ଅଧିକାରୀ ଧରଣୀଧର ପ୍ରହରାଜ ସୂଚନା ଦେଇଛନ୍ତି।