ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସଦର ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର ପଞ୍ଚମହଲା ନିକଟରେ ଶୁକ୍ରବାର ଏକ ଅଟୋ(ଓଡି୧୯-୮୫୮୬)ସହ ୪୮୦ ଲିଟର ଦେଶୀମଦ ଜବତ କରିଛି। ସୂଚନା ଅନଯାୟୀ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଲଦା ଗାଁର ସୁବ୍ରତ କୁମାର ବାରିକ ଏକ ଅଟୋରେ ଦେଶୀମଦ ବୋଝେଇ କରି ଆସୁଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଅବକାରୀ ଇନ୍ସପେକ୍ଟର ସନ୍ତୋଷ କୁମାର ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଯୋଜନାବଦ୍ଧ ଭାବେ ଚଢାଉ କରି ଅଟୋ ସହ ଦେଶୀ ମଦକୁ ଜବତ କରିଥିଲେ। ଏ ନେଇ ଏକ ମାମଲା ରୁଜୁକରି ଅଭିଯୁକ୍ତ ସୁବ୍ରତଙ୍କୁ କୋର୍ଟ ଚାଲାଣ କରାଯାଇଛି।