ଘଟଣା ଓ ଦୁର୍ଘଟଣା

ଡେରେଙ୍ଗରୁ ୨୨୭ ଲିଟର ଚୋରା ଦେଶୀ ମଦ ଜବତ, ୩ ଗିରଫ

By Angul TV Bureau

March 11, 2025

ଅନୁଗୁଳ: ଅନୁଗୁଳ ପୋଲିସକୁ ସଫଳତା। ଡେରେଙ୍ଗ ଗାଁରୁ ୨୨୭ ଲିଟର ଚୋରା ଦେଶୀ ମଦ ଜବତ। ଏହି କାରବାରରେ ସମ୍ପୃକ୍ତ ୩ ଗିରଫ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ଅନୁଗୁଳ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଏବଂ କଣିହାଁ ପୋଲିସ ଡେରେଙ୍ଗ ଗାଁରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ୨୨୭ ଲିଟର ଚୋରା ଦେଶୀ ମଦ ଜବତ ହୋଇଛି। ଏଥିସହ ଚୋରା ମଦ କାରବାରରେ ଜଡ଼ିତ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଚଢ଼ଉ ପରେ ପୋଲିସ ୧୨ ହଜାର ଲିଟର ପୋଚ ନଷ୍ଟ କରିଥିବା ସୂଚନା ମିଳିଛି।