ଅନ୍ୟାନ୍ୟ

ଲିଟିଲ ହାର୍ଟସର ବାର୍ଷିକ ଉତ୍ସବ ଉଦ୍‌ଘାଟିତ

By Biswaranjan Pattnaik

December 20, 2022

ଅନୁଗୁଳ: ସିମିଳିପଡା ସ୍ଥିତ ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀର ଦୁଇ ଦିନିଆ ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନୁଗୁଳ ପୌରାଧାକ୍ଷ ଅକ୍ଷୟ କୁମାର ସାମନ୍ତ। ଶିଶୁ ମାନଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶରେ ଶିକ୍ଷକ ଓ ପିତାମାତା ଉଭୟଙ୍କର ଗୁରୁ ଭୂମିକା ରହିଛି ବୋଲି ଶ୍ରୀ ସାମନ୍ତ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।

ପାଠକୁ ପିଲାଙ୍କ ଉପରେ ଲଦି ନ ଦେଇ ସେମାନଙ୍କ ସ୍ଵକୀୟ ଗୁଣାବଳୀର ବିକାଶ ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ ବୋଲି ସେ ପ୍ରକାଶ କରିଥିଲେ।ଉତ୍ସବରେ ସିନିଅର ସ୍କୁଲ ଅଧ୍ୟକ୍ଷ କଳିଙ୍ଗ ରୁଦ୍ର ପଣ୍ଡା ଓ ଜୁନିଅର ସ୍କୁଲ ଅଧକ୍ଷା ଜ୍ୟୋତି ଗୋହିଲ ଉପସ୍ଥିତ ରହିଥିଲେ।ସଭା ଆରମ୍ଭରେ ସ୍କୁଲର ପ୍ରତିଷ୍ଠାତା ସ୍ବର୍ଗତ ହେମନ୍ତ ଗୋହିଲଙ୍କ ସ୍ମୃତିରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ବିଭିନ୍ନ ପ୍ରତିଯୋଗୀତାର ବିଜୟୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଶେଷରେ କୁନିକୁନି ପିଲାମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ।