ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ କୁଈଓ ସ୍ଥିତ ଲିଟିଲ୍ ହାର୍ଟସ ଟଡଲରସ ଏକାଡେମୀରେ ବାର୍ଷିକ ଉତ୍ସବ ଆରମ୍ଭ ହୋଇଚି।ପାଞ୍ଚ ଦିନିଆ ଏହି ସମାରୋହକୁ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବାରିକ। ପରିଶ୍ରମର ବିକଳ୍ପ ନାହିଁ। ମନଯୋଗ ଦେଇ ଅଧ୍ୟୟନ କଲେ ଛାତ୍ର ଛାତ୍ରୀ ମାନେ ସଫଳତା ସାଉଁଟି ପାରିବେ ବୋଲି ଶ୍ରୀମତୀ ବାରିକ ପ୍ରକାଶ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ପ୍ରତିଷ୍ଠାତା ଶ୍ରୀମତୀ ଜ୍ୟୋତି ଗୋହିଲ ଓ ପ୍ରିନ୍ସିପାଲ୍ କଳିଙ୍ଗ ରୁଦ୍ର ପଣ୍ଡା ଯୋଗ ଦେଇ ଲିଟିଲ୍ ହାର୍ଟସ ର କ୍ରମବିକାଶ ବାବଦରେ ଉଲ୍ଲେଖ କରିଥିଲେ।ସୌମ୍ୟା ଦାସ ଓ ସାଇଶ୍ରୀ କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଶେଷରେ କୁନି କୁନି ପିଲାମାନେ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲେ।