ମୁଖ୍ୟ ଖବର

ଲକ୍ଡ଼ାଉନରେ ଜୁଆର ଆସର

By Sanjeeb Biswal

July 13, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରା ବନ୍ଧ ଗ୍ରାମର ଲକ୍ଷ୍ମି ଠାକୁରାଣିଙ୍କ ଘରେ ଚାଲିଥିଲା ଜୁଆ ଆଡ୍ଡା ଉପରେ ସୋମବାର ରାତିରେ ଚଢାଉ କରାଯାଇଥିଲା। ସୂଚନା ମୁତାବକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ପୁଲିସ୍ ଏହି ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଗାଁର ମଳୟ ପ୍ରଧାନ, କାର୍ତ୍ତିକେଶ୍ବର ସାହୁ, ନିଲକମଲ ସାହୁ, ଶଶ ଧର ସାହୁ ଓ ରଞ୍ଜିତ ସାହୁଙ୍କୁ ଗିରଫକରି ସୋମନଙ୍କଠାରୁ ୫ ହଜାର ଟାଙ୍କା ଓ ଗୋଟିଏ ମୋଟର ସାଇକେଲ(ଓଡି ୧୯କେ ୬୮୬୦)କୁ ଜବତ କରିଛି। ଏ ନେଇ ଏକ ମାମଲା ରୁଜୁକରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।