ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ଶାସନ କେନ୍ଦ୍ର ଲୋକସେବା ଭବନର ସମ୍ପୂର୍ଣ୍ଣ ରୂପରେଖ ବଦଳିବାକୁ ଯାଉଛି। ସମ୍ପୂର୍ଣ୍ଣ ଲୋକସେବା ଭବନର ପୁନଃବିନ୍ୟାସ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଡିପିଆର ପ୍ରସ୍ତୁତ ହୋଇସାରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
- ପାର୍କିଂ ସମସ୍ୟାର ହେବ ସମାଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ, ଲୋକସେବା ଭବନରେ ଗାଡ଼ି ପାର୍କିଂ ପାଇଁ ଆଉ ଆଦୌ ଟେନସନ୍ ନେବାକୁ ପଡ଼ିବନି। ଗାଡ଼ି ରଖିବାକୁ ଆଉ ଜାଗା ଖୋଜିବା ଦରକାର ହେବନି, କାରଣ ଏଥିପାଇଁ ପର୍ଯ୍ୟାପ୍ତ ଜାଗାର ବ୍ୟବସ୍ଥା କରାଯାଉଛି। ଅଣ୍ଡରଗ୍ରାଉଣ୍ଡରେ ଗାଡ଼ି ପାର୍କିଂ ପାଇଁ ସରକାର ଏକ ବଡ଼ ପ୍ରକଳ୍ପ ହାତକୁ ନେଉଛନ୍ତି। ଏଥିପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି।
- ଏଆଇ ସଞ୍ଚାଳିତ ସ୍ମାର୍ଟ ପାର୍କିଂଏହି ପ୍ରକଳ୍ପ ଅଧୀନରେ ବେସମେଣ୍ଟରେ ତଳକୁ ତଳ ତିନି ମହଲା ବିଶିଷ୍ଟ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା କରାଯିବ। ଏଠାରେ ଏକା ସାଙ୍ଗରେ ୫୭୩ଟି କାର୍ ରହିପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପାର୍କିଂ ବ୍ୟବସ୍ଥା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଦ୍ୱାରା ପରିଚାଳିତ ହେବ, ଯାହା ଗାଡ଼ିର ନମ୍ବର ପ୍ଲେଟ୍ ଏବଂ ଡ୍ରାଇଭରଙ୍କୁ ସହଜରେ ଚିହ୍ନିପାରିବ।