ମୁଖ୍ୟ ଖବର

ରାତି ଅଧରେ ଏଟିଏମ୍ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

By Angul TV Bureau

December 10, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ବହଲର ଛକ ନିକଟରେ ଥିବା ଏସବିଆଇ ଏଟିଏମକୁ କଟର ମେସିନରେ କାଟି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ବହଲର ଛକ ନିକଟରେ ମାର୍କେଟରେ ଥିବା ଏଟିଏମକୁ ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଗ୍ୟାସ କଟର ସାହାଯ୍ୟରେ କାଟି ସମସ୍ତ ଟଙ୍କା ଚମ୍ପଟ ମାରିଛନ୍ତି। ତେବେ ସେହି ସ୍ଥାନରେ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲେ ମଧ୍ୟ ଦୁର୍ବୃତ୍ତମାନେ ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି। ଏହି ଏଟିଏମରେ ୧୫ ଲକ୍ଷ ୪୦ ହଜାର ଟଙ୍କା ଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଲୁଟେରାମାନେ ଏକ ଧଳା ରଙ୍ଗର କାରରେ ଆସି ଟଙ୍କା ଲୁଟିଛନ୍ତି। ଏ ନେଇ ଥାନାରେ ୧୦୦୮/୨୩ ରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ କହିଛି।