ମୁଖ୍ୟ ଖବର

ପେଟ୍ରୋଲ ପମ୍ପ ସେଲ୍ସମ୍ୟାନକୁ ଖଣ୍ଡାରେ ଆକ୍ରମଣ, ଛଡ଼ାଇ ନେଲେ ଲକ୍ଷାଧିକ ଟଙ୍କା ଭର୍ତ୍ତି ବ୍ୟାଗ୍

By Angul TV Bureau

January 04, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଖୁଲାମ୍ଖୁଲା ଆତଙ୍କରାଜ ଚଳାଇଛନ୍ତି ଡକାୟତ। ସ୍ଥାନୀୟ ଗୋପାଳପ୍ରସାଦ ଥାନା ନିକଟସ୍ଥ ଜଗାବଳିଆ ପେଟ୍ରୋଲ ପମ୍ପରୁ ଆଜି ୪ ମୁଖାପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଏବଂ ଖଣ୍ଡା ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।

ଅଭିଯୋଗ ମୁତାବକ, ଦୁର୍ବୃତ୍ତମାନେ ସେଲ୍ସମ୍ୟାନକୁ ଖଣ୍ଡାରେ ଆକ୍ରମଣ କରି ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇନେଇଥିଲେ। ପମ୍ପ ଭିତରେ ପଶି ଦୁର୍ବୃତ୍ତମାନେ ପ୍ରାୟ ଅଧଘଣ୍ଟା ଧରି ଚାଞ୍ଚଲ୍ୟ ଖେଳାଇଥିଲେ। ସେମାନେ ହାତରେ ଖଣ୍ଡା ଧରି ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଡରାଇଥିଲେ। ଭୟରେ ପେଟ୍ରୋଲ ପମ୍ପର କର୍ମଚାରୀ ତାଙ୍କୁ କ୍ୟାସ ବ୍ୟାଗ ଦେଇଦେଇଥିଲେ। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡକାୟତି ବେଳର ପୂରା ଘଟଣା ସିସି ଟିଭିରେ କଏଦ୍ ହୋଇଥିବା ବେଳେ ପୋଲିସ ଭିଡିଓ ଆଧାରରେ ତଦନ୍ତ ଚଳାଇଛି।