ଘଟଣା ଓ ଦୁର୍ଘଟଣା

କେୱାଇସି ଅପଡେଟ୍ ନାଁ’ରେ ଲୁଟ୍

By Biswaranjan Pattnaik

October 17, 2021

ଅନୁଗୁଳ: ଜଣେ ସିଆଇଏସ୍ଏଫ୍ କର୍ମଚାରୀ ସାଇବର ଠକେଇର ଶିକାର ହୋଇଛନ୍ତି। କେୱାଇସି ଅପଡେଟ୍ ନାଁରେ ଅନଲାଇନ୍ ଲୁଟେରା ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୧୭ ଟଙ୍କା ଲୁଟି ନେଇଛନ୍ତି। ନାଲ୍‌କୋ ଥାନାରେ ଅଭିଯୋଗ ପରେ ପୁଲିସ୍ ଅନୁସନ୍ଧାନ ଚଳାଇଛି। ଠକେଇର ଶିକାର ହୋଇଥିବା ଯୁବକ ସିପିପି ନାଲ୍‌କୋର ସିଆଇଏସ୍ଏଫ୍ ୟୁନିଟ୍‌ର ଜଣେ କର୍ମଚାରୀ । ତାଙ୍କ ମୋବାଇଲ୍‌କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ଫୋନ୍ ଉଠାଇବା ମାତ୍ରେ ସେପଟୁ ସାଇବର ଠକ ନିଜକୁ ‘ଜିଓ’ କର୍ମଚାରୀ ବୋଲି କହି କେୱାଇସି ଅପଡେଟ୍ ନକଲେ ସିମ୍ କଟିଯିବ ବୋଲି ଡରାଇଥିଲା। ଠକ କଥାରେ ସେ ବ୍ୟାଙ୍କର ସମସ୍ତ ତଥ୍ୟ ଓ ଏଟିଏମ୍ କାର୍ଡର ଫଟୋ ପଠାଇଥିଲେ । ପରେ ସାଇବର ଠକ ଭାବି ସେ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଫୋନ୍ କରିଥିଲେ । ମାତ୍ର ସେତେବେଳକୁ ଠକ ଆକାଉଣ୍ଟ୍ ଖାଲି କରିବାରେ ଲାଗିଥିଲା । ଆକାଉଣ୍ଟ ବ୍ଳକ କରିବା ପୂର୍ବରୁ ଅଦୃଶ୍ୟ ଲୁଟେରା ୧ ଲକ୍ଷ ୧୭ ହଜାର ୫୪୩ ଟଙ୍କା ଲୁଟି ନେଇଥିଲା ।