ମୁଖ୍ୟ ଖବର

ଗାଡ଼ି ଅଟକାଇ ଲୁଟିଲେ ଏମସିଏଲର ଦେଢ଼ କୋଟିରୁ ଅଧିକ ମୂଲ୍ୟର ଗିଫ୍ଟ କାର୍ଡ

By Angul TV Bureau

July 27, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ କୋଶଳା – କୁମୁଣ୍ତା ରାସ୍ତାରେ ବଡ଼କାଠିଆ ଜଙ୍ଗଲ ଠାରେ ଗାଡ଼ି ଅଟକାଇ ଏମସିଏଲ୍ ଗିଫ୍ଟ କାର୍ଡ ଲୁଟ୍। ୩ଜଣ ଦୁର୍ବୃତ୍ତ ୧କୋଟି ୮୦ଲକ୍ଷ ଟଙ୍କାର କାର୍ଡ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ତାଳଚେର ଅନନ୍ତ କୋଇଲା ଖଣି କାର୍ଯ୍ୟାଳୟରୁ ଛେଣ୍ତିପଦା ଭିପିଆର କମ୍ପାନୀର ଜଣେ ଅଧିକାରୀ ଏକ ବୋଲେରୋରେ ୨୪୦୮ ଟି ଏମସିଏଲ୍ ଗିଫ୍ଟ କାର୍ଡ ଧରି ଆସୁଥିବା ବେଳେ କୋଶଳା -କୁମୁଣ୍ତା ରାସ୍ତାରେ ଏକ ସ୍କର୍ପିଓ ଗାଡ଼ିରେ ୩ଜଣ ଦୁର୍ବୃତ୍ତ ଆସି ଗାଡ଼ି ଅଟକାଇଥିଲେ। ସେମାନେ ଗାଡ଼ିରୁ ୧କୋଟି ୮୦ଲକ୍ଷ ଟଙ୍କାର ଏମସିଏଲ୍ ଗିଫ୍ଟ କାର୍ଡ ଲୁଟ୍ କରି ନେଇ ଯାଇଛନ୍ତି। ଅଭିଯୋଗ ପରେ ଘଟଣାସ୍ଥଳରେ ଛେଣ୍ତିପଦା ଓ ଗୋପାଳପ୍ରସାଦ ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।