ଘଟଣା ଓ ଦୁର୍ଘଟଣା

ଅସୁରକ୍ଷିତ ଅନୁଗୁଳ! ମାଉଜର ଦେଖାଇ ଟାଟା ଏସିରୁ ନେଇଗଲେ ୬୦ ହଜାର ଟଙ୍କା

By Angul TV Bureau

February 06, 2025

ଅନୁଗୁଳ: ଟାଟା ଏସି ଗାଡ଼ି ଅଟକାଇ ମାଉଜର ଓ ମାରଣାସ୍ତ୍ର ଦେଖାଇ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଦୋହଲି- ବାରିଣୀ ରାସ୍ତାର ରହଣୀ ସାହି ଠାରେ ତେଜରାତି ସାମଗ୍ରୀ ବିକ୍ରି କରି ଫେରୁଥିବା ଏକ ଟାଟା ଏସି ଗାଡ଼ିରୁ ୬୦ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ କିଶୋରନଗର ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ବୁଧବାର ଅଙ୍ଗପଡ଼ା ଅଞ୍ଚଳରୁ ବୌଦ୍ଧକୁ ଫେରୁଥିବା ଟାଟା ଏସି (ଓଡି୦୨ବିଏକ୍ସ ୫୦୫୪) କୁ ଦୋହଲିର ରହଣୀ ସାହି ଠାରେ କିଛି ଯୁବକ ବାଇକରେ ଆସି ଅଟକାଇ ଥିଲେ। ସେମାନେ  ମାଉଜର, ମାରଣାସ୍ତ୍ର ଦେଖାଇ ଗାଡ଼ିରେ ଥିବା ନରୋତ୍ତମ ପ୍ରଧାନଙ୍କ ଠାରୁ ୬୦ ହଜାର ଟଙ୍କା ଲୁଟ୍ କରି ନେଇ ପଳାଇଥିଲେ। ଲୁଟ ବେଳେ ଗାଡ଼ିରେ ଚାଳକ ନରେନ୍ଦ୍ର ବରିହା ମଧ୍ୟ ଥିଲେ। କିନ୍ତୁ ଭୟରେ ଉଭୟ ଦୁର୍ବୃତ୍ତଙ୍କୁ ଅଟକାଇ ପାରିନଥିଲେ। ନରୋତ୍ତମ କିଶୋରନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।