ଅନୁଗୁଳ: ଅନୁଗୁଳ ଅମଲାପଡ଼ାର ଏକ ହୋଟେଲ ଆଇ ନମ୍ରାର ଗୁଗଲରେ ଆଇଡିକୁ ହ୍ୟାକ୍ କରି ଦୁଇ ଦିନରେ ଦୁଇ ଜଣ ଗ୍ରାହକଙ୍କୁ ସାଇବର ଲୁଟେରା ଚିତା କରିଥିବା ଥାନାରେ ଅଭିଯୋଗ ହୋଇଛି। ଗୁଗଲରେ ଥିବା ଆଇଡିକୁ ହ୍ଯାକ କରି ଲୁଟେରା ନିଜ ଫୋନ୍ ନମ୍ବର ଦେଇ ଗ୍ରାହକଙ୍କୁ ନିଜେ ମ୍ୟାନେଜର ବୋଲି ପରିଚୟ ଦେଇ ରୁମ୍ ଖୋଜୁଥିବା ଜଣେ ଗ୍ରାହକଙ୍କ ଠୁ ଏକ ହଜାର ଓ ଅନ୍ୟ ଜଣଙ୍କ ଠୁ ନ ଶହ ଅନଲାଇନରେ ନେବା ପରେ ସେମାନେ ହୋଟେଲକୁ ଆସି ବୁଝିବାରୁ ଠକେଇ କଥା ଜଣା ପଡିଥିଲା। ଏନେଇ ହୋଟେଲ ପକ୍ଷରୁ ମ୍ୟାନେଜର ସ୍ଵପ୍ନେଶ୍ୱର୍ ମହାପାତ୍ର ଅନୁଗୁଳ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।