ମୁଖ୍ୟ ଖବର

ଭୁଜାଲିରେ ଆକ୍ରମଣ କରି ମଦ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍, ଲହୁଲୁହାଣ ଅବସ୍ଥାରେ ହସ୍ପିଟାଲରେ ହେଲେ ଭର୍ତ୍ତି

By Angul TV Bureau

August 29, 2022

ଅନୁଗୁଳ: ଗୁଳିମାଡ଼ ଓ ଭୁଜାଲିରେ ଆକ୍ରମଣ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଆଜି ସକାଳେ ସ୍ଥାନୀୟ ବଅଁରପାଳ ବ୍ଲକ କୁରୁଡ଼ୋଲ ନିକଟରେ ଜଣେ ମଦ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଲୁଟ୍ ହୋଇଛି। ଲୁଟର ଶିକାର ହୋଇଥିବା ମଦ ଦୋକାନ କର୍ମଚାରୀ ହେଲେ ଶେଷନାଥ ଗୁପ୍ତା।

ସୂଚନା ମୁତାବକ, ଶେଷନାଥ ଗୁପ୍ତା ଶର୍ମା ଛକସ୍ଥିତ ଏକ ମଦ ଦୋକାନରୁ ଟଙ୍କା ନେଇ ବାଇକରେ ଅନୁଗୁଳ ଆସୁଥିବା ବେଳେ କିଛି ଲୋକ ହଠାତ୍ କାରରେ ଆସି ତାଙ୍କ ଉପରକୁ ଗୁଳି ଚଳାଇବା ସହ ଭୁଜାଲିରେ ଆକ୍ରମଣ କରିଥିଲେ। ଏଥିସହ ତାଙ୍କ ଠାରୁ ଟଙ୍କା ବ୍ୟାଗ୍ ନେଇ ଯାଇଥିଲେ। ଏହି ଆକ୍ରମଣରେ ଶେଷନାଥଙ୍କ ଛାତି ଓ ହାତରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।