ମୁଖ୍ୟ ଖବର

ଲୁଟେରା ଗ୍ୟାଙ୍ଗକୁ କାବୁ କଲା ଅନୁଗୁଳ ପୋଲିସ, ଏକାଧିକ ଛିନତାଇ ଓ ଲୁଟରେ ଥିଲେ ସାମିଲ

By Angul TV Bureau

October 16, 2023

ଅନୁଗୁଳ: ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଅନୁଗୁଳ ପୋଲିସ। ଏହି ଗ୍ୟାଙ୍ଗ ପୂର୍ବରୁ ଅନେକ ଲୁଟ, ଛିନତାଇ ମାମଲାରେ ସମ୍ପୃକ୍ତ ଥିବା ବେଳେ ଚଳିତ ମାସ ୧୨ ତାରିଖରେ ଦୁଇଜଣ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ କରିଥିଲେ। ଲୁଟେରାମାନେ ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ମାଡ଼ ମାରି ସେମାନଙ୍କ ଠାରୁ ୨ ଲକ୍ଷ ୪୦ ହଜାର ଟଙ୍କା ସମେତ ସ୍କାନର ମେସିନ ଓ ଜରୁରୀ କାଗଜପତ୍ର ନେଇ ଯାଇଥିଲେ।

ଏ ନେଇ ଫାଇନାନ୍ସ କର୍ମଚାରୀ ଅନୁଗୁଳ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ମୋଟର ସାଇକେଲ, ଗୋଟିଏ ଛୁରୀ, ଗୋଟିଏ ଭୁଜାଲି ସହ ୧ ଲକ୍ଷ ୪୪ ହଜାର ଟଙ୍କା ଜବତ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।