ଘଟଣା ଓ ଦୁର୍ଘଟଣା

ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ, ଝାମ୍ପି ନେଲେ ସୁନା ଚେନ

By Biswaranjan Pattnaik

November 10, 2022

ଅନୁଗୁଳ: ଆଜି ସକାଳ ୧୦:୪୫ ସମୟରେ ଅନୁଗୁଳ ଲକ୍ଷ୍ମୀ ବଜାରରେ ଦୁଇଜଣ ଯୁବକ ଜଣେ ମହିଳାଙ୍କ ବେକରୁ ହୀରା ଲକେଟ୍ ଥିବା ଦୁଇ ଭରି ଓଜନର ସୁନା ଚେନ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଲକ୍ଷ୍ମୀ ବଜାର ବାସିନ୍ଦା ସୁନିତା ତୁଳସିୟାନ ଘର ସାମନାରେ ଥିବା ଏକ ଟେଲର ଦୋକାନକୁ ଯାଇ ଫେରୁଥିବା ବେଳେ ବଜାର ଛକ ପଟୁ ନମ୍ବର ନଥିବା ଏକ ଆପାଚି ବାଇକରେ ଦୁଇ ଜଣ ଯୁବକ ମୁଣ୍ଡରେ ହେଲମେଟ ପିନ୍ଧି ହଠାତ ସୁନିତାଙ୍କ ବେକରୁ ଦାମିକା ଚେନଟି ଝାମ୍ପି ନେଇ ପୁଣି ବଜାର ଆଡକୁ ପଳାଇ ଥିଲେ। ସୁନିତା ସାହାଯ୍ୟ ପାଇଁ ପାଟି କରିଥିଲେ ବି ଆଖିପିଛୁଳାକେ ଲୁଟେରାଦ୍ବୟ ଫେରାର ହୋଇଯାଇଥିଲେ। ଗତ ମାସକ ମଧ୍ୟରେ ସହର ଭିତରେ ତିନି ତିନୋଟି ଛିନତାଇ ପୋଲିସର ନିଦ ହଜାଇ ଦେଇଛି।ସହରରେ ପାଟ୍ରୋଲିଂ ବ୍ୟବସ୍ଥା ବଢାଇବାକୁ ଦାବି ହେଉଛି।